ବିଶ୍ୱରୁ କେବେ ବି ନିଶ୍ଚିହ୍ନ ହେବନାହିଁ କରୋନା ଭାଇରସ୍‌ : ବ୍ରିଟିଶ ସରକାରଙ୍କ ଏକ୍ସପର୍ଟଙ୍କ ଦାବୀରେ ବଢ଼ିଲା ଚିନ୍ତା

ଲଣ୍ଡନ : କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବ୍ରିଟେନ୍‌ର ଉଚ୍ଚ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦାବୀରେ ଲୋକଙ୍କ ତିନ୍ତା ବଢ଼ି ଯାଇଛି । ମହାମାରୀ କରୋନାକୁ ନେଇ ଗଠିତ ବ୍ରିଟିଶ ସରକାରଙ୍କ ପରାମର୍ଶଦାତା ସମିତିର ଜଣେ ଶୀର୍ଷ ବୈଜ୍ଞାନିକ କହିଛନ୍ତି ଯେ, କରୋନା ଭାଇରସ୍‌କୁ କେବେ ବି ନିଶ୍ଚିହ୍ନ କରାଯାଇ ପାରିବନାହିଁ । ଏହା ଜନସାଧାରଣଙ୍କ ସହ ରହିବ । ସେ ଏହା କହିଛନ୍ତି ଯେ, ଭେକ୍‌ସିନ୍‌ ବର୍ତ୍ତମାନ ସ୍ଥିତିକୁ କିଛି ମାତ୍ରାରେ ଆଶ୍ୱସ୍ତ କରିବାକୁ ସହାୟକ ନିଶ୍ଚୟ ହେବ ।


ବ୍ରିଟିଶ ସରକାରଙ୍କ ସାଇନ୍‌ଟିଫିକ୍‌ ଏଡ଼ଭାଇଜରୀ ଗ୍ରୁପ୍‌ ଅଫ୍‌ ଏମାର୍‌ଜେନ୍ସିର ଜଣେ ସଦସ୍ୟ ଜନ୍‌ ଏଡ୍‌ମଣ୍ଡ୍‌ସ୍‌ ସଦସ୍ୟମାନଙ୍କୁ କହିଛନ୍ତି ଯେ, ଆମକୁ ସବୁଦିନ ପାଇଁ ଏହି ଭାଇରସ୍‌ ସହ ରହିବାକୁ ପଡ଼ିବ । ଏହି ଭାଇରସ୍‌କୁ ମାନବ ସମାଜରୁ ସଂପୂର୍ଣ୍ଣ ନିଶ୍ଚହ୍ନ କରିବାର ଆଶା ଖୁବ୍‌ କମ୍‌ । ସେ ଅବଶ୍ୟ ଏହି ଅବସରରେ ଏହା ବି କହିଛନ୍ତି ଯେ, ଶୀତ ଶେଷ ଯାଏ ନିଶ୍ଚୟ କରୋନା ଭେକ୍‌ସିନ୍‌ ପ୍ରସ୍ତୁତ କରାଯିବ ଏବଂ ଏଥିରୁ କିଛି ସହାୟତା ସୁନିଶ୍ଚିତ ମିଳିବ ।

Leave A Reply

Your email address will not be published.