ହାରିଲା ଫୁସ୍‌ଫୁସ୍‌ କର୍କଟ ରୋଗ, ଜିତିଲେ ସଂଜୟ ଦତ୍ତ : ସୁସ୍ଥ ହେବା ପରେ ସେ ନିଜେ ଦେଲେ ସୂଚନା

ମୁମ୍ବାଇ : ଶେଷରେ ହାରିଲା ଫୁସ୍‌ଫୁସ୍‌ କର୍କଟ ରୋଗ । ବିଜୟୀ ହେଲେ ବଲିଉଡ଼୍‌ର ବୋବାଲ୍‌ ଅଭିନେତା ସଂଜୟ ଦତ୍ତ । ସୂଚନା ଅନୁସାରେ କିଛି ମାସ ତଳେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିଜର ଦୃଷ୍ଟ ଇଚ୍ଛା ଶକ୍ତି ବଳରେ ସଂଜୟ ଦତ୍ତ ମାତ୍‌ ଦେଇଛନ୍ତି କର୍କଟ ରୋଗକୁ । ଏ ସଂପର୍କରେ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ସୁସ୍ଥତା ଅର୍ଜନରେ ତାଙ୍କ ପ୍ରଶଂସକଙ୍କ ମହଲରେ ତଥା ତାଙ୍କ ପରିବାରରେ ଖୁସିର ମାହୋଲ୍‌ ଦେଖା ଦେଇଛି । ତେବେ ତାଙ୍କ ସହ ଠିଆ ହୋଇଥିବା ପରିବାରବର୍ଗ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ସେ ଭୁଲି ନାହାନ୍ତି ।

Leave A Reply

Your email address will not be published.