ନୋଏଡା : ଉତ୍ତରପ୍ରଦେଶର ନୋଏଡାଠାରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଖବର ଅନୁଯାୟୀ, ଆଇଟି ବିଭାଗର ଏହି ଚଢ଼ାଉ ଗତ ସନ୍ଧ୍ୟା ଠାରୁ ନୋଏଡାର ସେକ୍ଟର ୧୯ରେ ଥିବା ଏକ ବଙ୍ଗଳାରେ ଚାଲିଛି । ଗତ ବିଳଂବିତ ସନ୍ଧ୍ୟାରୁ ଚାଲିଥିବା ଏହି ଚଢ଼ାଉରେ ବିଭାଗର ଏକ ଟିମ୍ ଅନେକ ଦଲିଲ ଯାଂଚ କରୁଛନ୍ତି । ସୂଚନାନୁସାରେ, ଏହି ଚଢ଼ାଉ ସମୟରେ ୨ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, ଯେଉଁ ଘରେ ଆଇଟି ଏହି ଚଢ଼ାଉ କରିଛି, ନ୍ୟାସନାଲ ବିଲଡିଂ ନିର୍ମାଣ ନିଗମର ପୂର୍ବତନ ସିଜିଏମ୍ ଅର୍ଥାତ୍ ଏନ୍ବିସିସି ଡି.କେ ମିତ୍ତଲ ଏବଂ ତାଙ୍କ ପରିବାର ସେଠାରେ ରହୁଛନ୍ତି । ସେହି ସ୍ଥାନରୁ ଆଇଟି ନଗଦ ବିପୁଳ ପରିମାଣର କୋଟି କୋଟି ଟଙ୍କା ପାଇଛି ବୋଲି କୁହାଯାଉଛି । ପରେ, ନୋଟ ଗଣିବା ପାଇଁ ମେସିନ୍ ମଧ୍ୟ ଅଣାଯାଇଥିବା ଜଣାପଡ଼ିଛି ।