pakka

ନଦୀ ଗର୍ଭକୁ ଖସିପଡ଼ିଲା ବସ୍‌ : ୫ ମହିଳାଙ୍କ ସମେତ ୯ ମୃତ, ଅନେକ ଆହତ

bbehera

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଏକ ବସ ବ୍ରିଜରୁ ଖସି ନଦୀ ଗର୍ଭରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ୍ ନିକଟରେ ଏକ ରାଜ୍ୟ ସଡକ ପରିବହନ ନିଗମ (ଏପିଏସ୍‌ଆର୍‌ଟିସି) ବସ୍ ଏକ କେନାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ହୋଇଥିବା ଅତି କମରେ ୧୨ ଜଣ ଯାତ୍ରୀଙ୍କୁ ଜାଙ୍ଗାରେଡିଗୁଡେମ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଜଣେ ଯାତ୍ରୀଙ୍କୁ ଏଲୁରୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଆରଟିସି ଏବଂ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ବସର କଣ୍ଡକ୍ଟର ଏବଂ ଅନ୍ୟାନ୍ୟ ଯାତ୍ରୀ ବଞ୍ଚିଛନ୍ତି ଏବଂ ସାମାନ୍ୟ ଆହତ ହୋଇଛନ୍ତି । ଏହି ବସ୍‌ରେ ୪୭ ଜଣ ଯାତ୍ରୀ ଏବଂ ଦୁଇଜଣ କର୍ମଚାରୀ ରହିଥିଲେ । ପଶ୍ଚିମ ଗୋଦାବରୀ ଜିଲ୍ଲା ପୋଲିସ ଅଧୀକ୍ଷକ ରାହୁଲ ଦେବ ଶର୍ମା କହିଛନ୍ତି ଯେ, ବସ୍‌ଟି ପଡୋଶୀ ତେଲେଙ୍ଗାନାର ଆସୱାରାପେଟରୁ ଜାଙ୍ଗାରେଡିଗୁଡେମକୁ ଯାଉଥିଲା ।

Leave A Reply

Your email address will not be published.

17 + 4 =