ଜାଂଜଗିର ଘଟଣାରୁ ଶିକ୍ଷା, ଛତିଶଗଡର ସମସ୍ତ ଜିଲ୍ଲାରେ ଖୋଲା ବୋରୱେଲ ଗାତ ବନ୍ଦ ହେଲା

ରାୟପୁର : ଛତିଶଗଡର ଜାଂଜଗିର ଚମ୍ପାରେ ନିରୀହ ରାହୁଲ ସାହୁଙ୍କ ସହ ଯେଉଁ ଘଟଣା ଘଟିଲା, ତାହା ରାଜ୍ୟ ପ୍ରଶାସନର ଆଖି ଖୋଲି ଦେଇଛି । ୧୧ ବର୍ଷର ବାଳକ ରାହୁଲ ସାହୁଙ୍କ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହିରିଦ ଗ୍ରାମରେ ଏକ ଖୋଲା ବୋରୱେଲରେ ଖସିପଡିଥିବା ଘଟଣାକୁ ଦୃଷ୍ଟିରେ ରଖି ସିଏମ ଭୁପେଶ ବାଘେଲଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଜିଲ୍ଲାପାଳମାନେ ଅବ୍ୟବହୃତ ବୋରୱେଲକୁ ତୁରନ୍ତ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅନୁଯାୟୀ ଜିଲ୍ଲାରେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ସମସ୍ତ ଅବ୍ୟବହୃତ ବୋରୱେଲକୁ କଂକ୍ରିଟ ଦ୍ୱାରା ବନ୍ଦ କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ରାହୁଲ ସାହୁ ନାମକ ଜଣେ ଶିଶୁ ଶୁକ୍ରବାର ଦିନ ତାଙ୍କ ଘର ନିକଟରେ ଥିବା ଏକ ଖୋଲା ବୋରୱେଲର ଗର୍ତ୍ତରେ ପଡ଼ିଯାଇଥିଲେ । ଶିଶୁଟିର କ୍ରନ୍ଦନ ଶୁଣି ପରିବାର ସଦସ୍ୟମାନେ ଗର୍ତ୍ତ ନିକଟରେ ଯାଇ ଜାଣିବାକୁ ପାଇଲେ, ଯେ ପିଲାଟି ବୋରୱେଲ ଭିତରେ ଖସି ପଡ଼ିଛି । ବୋରୱେଲର ଗର୍ତ୍ତ ୮୦ ଫୁଟ ଗଭୀର ଏବଂ ପିଲାଟି ବଧିର ଓ ମୂକ ବ୍ୟତୀତ ମାନସିକ ସ୍ତରରେ ଦୁର୍ବଳ । ତେଣୁ ତାଙ୍କୁ ବାହାରକୁ ଆଣିବାରେ ଅନେକ ସମସ୍ୟା ସତ୍ୱେ ଶିଶୁଟିକୁ ବଂଚାଇବା ପାଇଁ ଲଗାତାର ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.

seventeen + six =