ବିଶ୍ୱଯୁଦ୍ଧ କ’ଣ ଆରମ୍ଭ ହୋଇଗଲା ? ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମହାଶକ୍ତିମାନେ ପ୍ରବେଶ କରିବା ନିଶ୍ଚିତ

ନୂଆଦିଲ୍ଲୀ : କରୋନା ସଂକଟ ସହ ସାରା ବିଶ୍ୱ ଲଢ଼ୁଛି । ଏଭଳି ଭୟାବହ ସମୟରେ କ’ଣ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି କି ବୋଲି ଏବେ ସାରା ବିଶ୍ୱରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି । ଭାରତ ଏବଂ ଚୀନ୍‌ ସୀମା ବିବାଦକୁ ନେଇ ସବୁବେଳେ ସାମ୍‌ନା ସାମ୍‌ନି ହେବା ଭଳି ଅବସ୍ଥା ଜାରି ରହିଛି । କେତେ ମାସ ହେବ ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଉତ୍ତେଜନା । ଏହାବାଦ୍‌ ଆର୍ମେନିଆ ଏବଂ ଅଜର୍‌ବାଇଜାନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଏହି ଯୁଦ୍ଧ ବିଶାଳ ରୂପ ଧାରଣ କରିବାର ଆଶଙ୍କା ରହିଛି, କାରଣ ରୁଷିଆ ଏଥିରେ ପ୍ରବେଶ କରିବାକୁ ଯାଉଛି ।
ଦେଖାଯାଉଥିବା ପରିସ୍ଥିତି ଅନୁସାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ତୁର୍କି ଉପରେ ଆକ୍ରମଣର ଆଦେଶ ଦେଇ ପାରନ୍ତି, କାହିଁକି ନା ରୁଷ ଆର୍ମେନିଆ ସହ ରହିଛି ଏବଂ ତୁର୍କି ମୁସ୍‌ଲିମ୍‌ ଦେଶ ଅଜର୍‌ବେଇଜାନ୍‌ ସହ ଅଛି । ପ୍ରାପ୍ତ ସୂଚନାରେ କୁହାଯାଇଛି ଯେ, ତୁର୍କି ଏବଂ ପାକିସ୍ତାନ ଆତଙ୍କବାଦୀଙ୍କୁ ଅଜର୍‌ବାଇଜାନ୍‌ ପକ୍ଷରୁ ଲଢେ଼ଇ କରିବାକୁ ପଠାଉଛନ୍ତି । ଯଦି ତୁର୍କି ଯୁଦ୍ଧର ଆଦେଶ ଦେଉଛି, ତେବେ ରୁଷ ଏବଂ ତୁର୍କି ମଧ୍ୟ ଭୟାନକ ଯୁଦ୍ଧ ଆରମ୍ଭ ହୋଇଯିବ ଏବଂ ଏହି ମହାଯୁଦ୍ଧରେ ବିଶ୍ୱର ଅନ୍ୟ ମହାଶକ୍ତିମାନେ ମଧ୍ୟ ସାମିଲ୍‌ ହେବେ ।
ସୂଚନାଯୋଗ୍ୟ ଯେ, ଆର୍ମେନିଆ ଏବଂ ଅଜର୍‌ବାଇଜାନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ଆରମ୍ଭ ହୋଇଛି ଏଭଳି ପରିସ୍ଥିତି ବୋଲି ସୂଚନାରେ କୁହାଯାଇଛି । ତେବେ ଦୁଇ ପକ୍ଷରୁ ସୀମାରେ ସୈନ୍ୟ ଠୁଳ କରି ଥିବା ବେଳେ ଅର୍ମେନିଆ ଅଜର୍‌ବଇଜାନ୍‌ର ଚାରୋଟି ହେଲିକ୍ୟାପ୍‌ଟର୍‌କୁ ଚୁର୍‌ମାର୍‌ କରି ଦେଇଥିବା ଦାବୀ କରୁଛି । ଏଭଳି ସଂକଟକୁ ଦେଖି ଅଜର୍‌ବଇଜାନ୍‌ର କେତେକ କ୍ଷେତ୍ରରେ ‘ମାର୍ଶଲ ଲ’ ଲଗାଯିବା ସହ ପ୍ରମୁଖ ସହରରେ କର୍ଫ୍ୟୁ ଆଦେଶ ବି ଦିଆଯାଇଛି । ଚିନ୍ତାର ବିଷୟ ହେଲା ଆର୍ମେନିଆ ଏବଂ ଅଜର୍‌ବାଇଜାନ ମଧ୍ୟରେ ଚାଲିଥିବା ଏହି ଲଢେ଼ଇରେ ରୁଷ, ତୁର୍କି, ଫ୍ରାନ୍ସ, ଇରାନ୍‌ ଏବଂ ଇଜ୍‌ରାଇଲ ମଧ୍ୟ ସାମିଲ୍‌ ହେବାର ଆଶଙ୍କା ବଢ଼ି ଚାଲିଛି । ଏଥିପାଇଁ ସାରା ବିଶ୍ୱକୁ ବିଶ୍ୱଯୁଦ୍ଧ-୩ର ଗୁଂଜରଣ ଶୁଣାଯାଉଛି ।

Leave A Reply

Your email address will not be published.