ବି‌ଶ୍ୱର ଏହି ଦେଶମାନଙ୍କ ନିଜର କୌଣସି ସୈନ୍ୟବାହିନୀ ନାହିଁ : ଜାଣନ୍ତୁ, ସୀମା ସୁରକ୍ଷା ହୁଏ କିପରି

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଉତ୍ପନ୍ନ ହୁଏ, ପ୍ରଥମେ ସେନା ଏବଂ ଦ୍ୱିତୀୟରେ ପୋଲିସ । ପୋଲିସ ଏବଂ ସେନା ପ୍ରତ୍ୟେକ ଦେଶର ସୁରକ୍ଷା ପରିଚାଳନା କରନ୍ତି । ପୋଲିସର ଦାୟି‌ତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ହୋଇଥିବା ବେଳେ ସେନାର ଦାୟି‌ତ୍ୱ ହେଉଛି ବାହ୍ୟ ସୁରକ୍ଷା ଯଥା ସୀମା ସୁରକ୍ଷା । ଆଜି ଏମିତି କିଛି ଦେଶ ବିଷୟରେ ଜାଣନ୍ତୁ, ଯେଉଁମାନଙ୍କର ନିଜର କୌଣସି ସେନାବାହିନୀ ନାହିଁ ।

ଭାଟିକାନ୍ ସିଟି
ଏହି ମାମଲାରେ ପ୍ରଥମ ନାମ ଭାଟିକାନ୍ ସିଟି ଆସୁଛି । ଏହି ଦେଶ ଦୁନିଆର ସବୁଠାରୁ ଛୋଟ ଦେଶ । ଏହାର କୌଣସି ପ୍ରକାରର ସେନା ବ୍ୟବସ୍ଥା ନାହିଁ । ଯଦିଓ ଏଠାରେ କିଛି ବର୍ଷ ପୂର୍ବେ ନୋବେଲ ଗାର୍ଡ ଥିଲେ, ୧୯୭୦ ରେ ଏହି ଅନୁଷ୍ଠାନକୁ ଭାଙ୍ଗି ଦିଆଯାଇଥିଲା । ଏହି ଦେଶର ସୁରକ୍ଷା ପାଇଁ ଇଟାଲୀ ସୈନ୍ୟ ଦାୟି‌ତ୍ୱ ନିଅ‌ନ୍ତି ।

ମୋନାକୋ
ଅନ୍ୟ ଏକ ଦେଶ ମୋନାକୋ, ଯେଉଁଠି ନିଜର ସେନାବାହିନୀ ନାହିିଁ । ମୋନାକୋ ମଧ୍ୟ ଏକ ଛୋଟ ଦେଶ, ଯାହାର ୧୭ତମ ଶତାବ୍ଦୀରୁ କୌଣସି ପ୍ରକାରର ସେନାବାହିନୀ ନଥିଲା । ତେବେ ବତ୍‌ର୍ତ୍ତମାନ ଏଠାରେ ଦୁଇଟି ଛୋଟ ସୈନ୍ୟ ଦଳ ଅଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ବାହିନୀ ରାଜକୁମାର ଏବଂ ଅନ୍ୟ ବାହିନୀ ନାଗରିକଙ୍କୁ ସୁରକ୍ଷା ଦେଇଥାଏ । ଫ୍ରାନ୍ସ ସେନା ଏହାର ସୁରକ୍ଷା କର‌ନ୍ତି ।

ମରିସସ୍
ତୃତୀୟ ଦେଶ ହେଉଛି ମରିସସ । ସଂସ୍କୃତି ସଂପନ୍ନ ଦେଶ ଭାବେ ମରିସସ୍ ବେଶ୍‌ ଜଣାଶୁଣା । ୧୯୬୮ ପରଠାରୁ କୌଣସି ପ୍ରକାରର ସେନା ଏହି ଦେଶରେ ନାହିଁ । ତଥାପି ସେଠାରେ ୧୦,୦୦୦ ପୋଲିସ କର୍ମଚାରୀ ଅଛନ୍ତି, ଯେଉଁମାନେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ପରିଚାଳନା କରନ୍ତି ।

ଆଇସଲ୍ୟାଣ୍ଡ
ଆଇସଲ୍ୟାଣ୍ଡ ମଧ୍ୟ ସେଭଳି ଏକ ଦେଶ । ଏହା ୟୁରୋପର ଦ୍ୱିତୀୟ ବୃହତ୍ତମ ଦ୍ୱୀପ । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆଇସଲ୍ୟାଣ୍ଡ ଏକ ବହୁତ ଆକର୍ଷଣୀୟ ଦେଶ । ୧୮୬୯ ପରଠାରୁ ଏଠାରେ କୌଣସି ସେନା ନାହିଁ । ଏହି ଦେଶ ନାଟୋର ସଦସ୍ୟ ଏବଂ ଏହାର ସୁରକ୍ଷା ଦାୟି‌ତ୍ୱ ଆମେରିକା ଉପରେ ରହିଛି ।

କୋଷ୍ଟାରିକା
କେନ୍ଦ୍ରୀୟ ଆମେରିକାର କାରିବିଆନ୍ ଅଞ୍ଚଳର କୋଷ୍ଟାରିକା ଦେଶରେ ମଧ୍ୟ କୌଣସି ସେନା ବ୍ୟବ‌ସ୍ଥା ନାହିିଁ । ୧୯୪୮ ପରଠାରୁ କୌଣସି ସୈନ୍ୟ ନଥିଲେ । ୧୯୪୮ ମସିହାରେ ଏଠାରେ ଏକ ଭୟଙ୍କର ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପରେ ଏହି ଦେଶ ନିଜର ସୈନ୍ୟବାହିନୀକୁ ସମାପ୍ତ କଲା । ସାମରିକ ଅପରେସନ୍ ବିନା ଏହି ଦେଶ ହେଉଛି ବୃହତ୍ତମ ଦେଶ । ତେବେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ପାଇଁ ପୋଲିସ ସେଠାରେ ଅଛି ।

Leave A Reply

Your email address will not be published.