pakka

ଆଣ୍ଡାମାନ-ନିକୋବରରେ ଭୂକମ୍ପ ଝଟକା ଅନୁଭୂତ

bbehera

ନୂଆଦିଲ୍ଲୀ : ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ ୬.୫୯ ସମୟରେ ପୋର୍ଟ ବ୍ଲେୟାର ଠାରୁ ୧୦୬ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଏକ ଭୂକମ୍ପ ଘଟିଛି । ଭୂକମ୍ପର ଗଭୀରତା ଭୂମିଠାରୁ ୭୦ କିଲୋମିଟର ତଳେ ଥିଲା । ତେବେ ଏଥିରେ ଏପର୍ୟ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିବା ସୂଚନା ରହିଛି ।

jay balangir
Leave A Reply

Your email address will not be published.

1 × 3 =