୨୨ ବର୍ଷ ପରେ ଆମେରିକା ପ୍ରତିଶୋଧ ନେଲା : ଇରାନରେ ପ୍ରବେଶ କରି ଅଲ୍‌କାଏଦାର ୨ନମ୍ବର ନେତାକୁ ହତ୍ୟା କଲା ଇସ୍ରାଏଲ

ତେହେରାନ : ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ଦ୍ୱାରା ୧୯୯୮ରେ କେନିଆ ଏବଂ ତାଞ୍ଜାନିଆରେ ଥିବା ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଭୟଙ୍କର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଆମେରିକା ତରଫରୁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଆକ୍ରମଣର ବାର୍ଷିକୀରେ ଇରାନର ରାଜଧାନୀ ତେହେରାନରେ ଅଲ୍‌କାଏଦାର ଦୁଇ ନମ୍ବର ନେତା ଅବୁ ମହମ୍ମଦ ଅଲ ମସ୍ତ୍ରି(୫୮)କୁ ହତ୍ୟା କରିଛି । ଏହି ସମୟ ମଧ୍ୟରେ ଅଲ୍‌କାଏଦା ନେତା ଓସାମା ଲାଡେନଙ୍କ ବୋହୂ ବିନା ଲାଡେନକୁ ବି ହତ୍ୟା କରାଯାଇଥିଲା ।

ସୂଚନଯୋଗ୍ୟ ଯେ, ଅଲ୍‌କାଏଦାର ଏହି ଭୟଙ୍କର ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଅବୁ ମହମ୍ମଦ ବିବେଚିତ ହୋଇଥିଲେ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଅଲ୍‌କାଏଦାର ଦ୍ୱିତୀୟ ନେତା ଆବୁ ମହମ୍ମଦ ଛଦ୍ମନାମ ଅବଦୁଲ୍ଲା ଅହମ୍ମଦ ଅବଦୁଲ୍ଲାଙ୍କୁ ଅଗଷ୍ଟ ୭ରେ ତେହେରାନ ରାସ୍ତାରେ ତା’ ଝିଅ ସହିତ ଗୁଳି କରି ହତ୍ୟା କରାଯାଇଥିଲା । ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ଜଣାପଡିଛି । ଆଫ୍ରିକୀୟ ଦେଶ କେନିଆ ଏବଂ ତାଞ୍ଜାନିଆରେ ଥିବା ଆମେରିକାର ଦୂତାବାସ ଉପରେ ୯ ଅଗଷ୍ଟ ୧୯୯୮ରେ ଏକ ଭୟଙ୍କର ଆକ୍ରମଣରେ ୨୨୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.