କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୩ ରେ ଆଲୋଚନା କରିବାକୁ କୃଷି ମନ୍ତ୍ରୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଏବଂ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

ଅମିତ ଶାହା କହିଛନ୍ତି ଯେ, ଅନେକ ସ୍ଥାନରେ ଚାଷୀମାନେ ଏହି ଶୀତରେ ନିଜ ଟ୍ରାକ୍ଟର ଏବଂ ଟ୍ରଲିରେ ରହୁଛନ୍ତି । ମୁଁ ତାଙ୍କୁ ନିବେଦନ କରୁଛି ଯେ, ଦିଲ୍ଲୀ ପୋଲିସ ଆପଣଙ୍କୁ ବଡ ଗ୍ରାଉଣ୍ଡକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ, ଦୟାକରି ସେଠାକୁ ଯାଆନ୍ତୁ । ସେଠାରେ କାର୍ୟ୍ୟକ୍ରମ ଆୟୋଜନ କରିବା ପାଇଁ ଆପଣଙ୍କୁ ପୋଲିସ ପକ୍ଷରୁ ଅନୁମତି ଦିଆଯିବ । ”

ସେ ଆହୁରି କହିଛନ୍ତି ଯେ, ଯଦି କୃଷକ ସଙ୍ଗଠନ ଡିସେମ୍ବର ୩ ପୂର୍ବରୁ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ କୃଷକମାନେ ବିରୋଧକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତର କରିବା ମାତ୍ରେ ଆମ ସରକାର ତୁମର ସମସ୍ୟାର ସମାଧାନ କରିବେ ।

ଅମିତ ଶାହା କୃଷକମାନଙ୍କୁ ଆବେଦନ କରିବା ପରେ ପଞ୍ଜାବର ସିଏମ କ୍ୟାପ୍ଟ ଅମରିନ୍ଦର ସିଂ କୃଷକମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଏହିପରି ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରାରମ୍ଭିକ କଥାବାର୍ତ୍ତା ପାଇଁ ବାଟ ଖୋଲିଯାଇଥିବା ସେ ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.