ଟିଟିଲାଗଡ ପୋଲିସର ବଡ଼ ସଫଳତା : ଜୁଆ ଆଡ୍ଡା ଚଢ଼ଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଅଞ୍ଚଳରେ ବହୁ ଦିନରୁ ଧରି ଜୁଆ ଆଡ୍ଡାଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଥଲା । ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି । ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟାରେ ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ ମୁଣ୍ଡା, କନେଷ୍ଟବଳ କୈଳାଶ ସାହୁ, ହୀନ ବାରଲେବଡ଼ିଆ, ଓଏପିଏଫ୍ ପ୍ରୀତମ ପୂଜାରୀ, ଗଣେଶ କାଲାକୁରୁ, ରାଜକୁମାର ମଝି, ହୋମ ଗାର୍ଡ ଭ୍ରମରବର ସାହୁ, ନରେନ୍ଦ୍ର ସାହୁ ଓ କୁଞ୍ଜବନ ଗଉଡ ଆଦି ପୋଲିସ କର୍ମୀ ସନ୍ଧ୍ୟା କାଳୀନ ପଇଁତରା ମାରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ସମେତ ଉପରିସ୍ଥ ଅଧିକାରୀମାନେ ନାନାଝର ନର୍ସରୀ ସ୍ଥିତ ଏକ ଖେଳପଡିଆରେ କିଛି ବ୍ୟକ୍ତି ଜୁଆ ଆଡ୍ଡା ଜମାଇଥିବା ସ୍ଥାନରେ ପହଂଚିଥିଲେ । ହାଇସ୍କୁଲପଡା ସୋଲାର ଲାଇଟ୍ ଗଳିର ଖୁଟି ରାଓ ଓରଫ୍ ଲୋକନାଥ କୁମ୍ଭାର ଓ ରଘୁନାଥ ପଡାରେ ଭଡ଼ାରେ ରହୁଥିବା ଦୁର୍ଗା ସାହୁ ଜୁଆ ଆଡ୍ଡା ଜମାଇ ତାସ୍ ଓ ଟଙ୍କା ମାନ ରଖି ଟିଟିଡୁଙ୍ଗରିର ଦୁଲା ସାହୁ (୨୯), ଶମ୍ଭୁ ଖର୍ସେଲ(୨୨), କୁମର ଭୋଇ, ଅନ୍ତର୍ୟ୍ୟାମୀ ସରାଫ, ଅମରେଶ ସାହୁ, ହେମରାଜ୍ ଖର୍ସେଲଙ୍କ ସହ ଉକ୍ତ ସ୍ଥାନରେ ଭଞ୍ଜଗୁଡ଼ା ଓ ମୁରିବାହାଲ ଥାନା ଅନ୍ତର୍ଗତ ମକାରୁପଡାର ବୈଶାଖୁ ଭୋଇମାନଙ୍କ ସହିତ ଜୁଆ ଖେଳୁଥିବା ବେଳେ ଚାରିପଟୁ ଥାନାର ଷ୍ଟାଫ ଘେରି ଯାଇଥିଲେ । ଏସଆଇ ମନୋଜ ମୁଣ୍ଡା ସେମାନଙ୍କୁ କାବୁ କରିବାକୁ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ତତ୍‌କ୍ଷଣାତ୍‌ ଖୁଟୀ ରାଓ, ଦୂର୍ଗା ସାହୁ ମାନେ ଏକୁଟିଆ ଆସିଛନ୍ତି ବୋଲି ଅତର୍କିତ ଆକ୍ରମଣ କରି ଟଙ୍କା ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସମସ୍ତ ଷ୍ଟାଫ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ କାବୁ କରି ନଗଦ ତେର ହଜାର ଦୁଇ ଶହ ଟଙ୍କା, ଦୁଇଟି ତାସ୍ ପ୍ୟାକେଟ, ଚାରିଟି ମୋବାଇଲ, ତିନିଟି ମୋଟର ସାଇକେଲ, ଗୋଟିଏ ସୋଲାର ବଲ୍, ଗୋଟିଏ ତାରପୋଲିନ ଜବତ କରିବାକୁ ସକ୍ଷମ ହୋଇଥିଲେ । ଜୁଆଡି ଦୂର୍ଗା ସାହୁ ବଳ ପୂର୍ବକ ତା’ର ମୋଟର ସାଇକେଲରେ ପଳାୟନ କରିବାକୁ ସକ୍ଷମ ହୋଇଥିଲା । ଏସଆଇ ମନୋଜ ମୁଣ୍ଡାଙ୍କ ରିପୋର୍ଟକୁ ଆଧାର କରି ଆଇଆଇସି ମହାନ୍ତି ଥାନା କେଶ ନମ୍ୱର୍ ୫୦୬/୩୪ ଆଇ ପି ସି / ୩ ଓ ପି ଜି ଦଫାରେ ମକଦ୍ଦମା କରି ଆସାମୀମାନଙ୍କୁ ୨୮ ତାରିଖ କୋର୍ଟ ଚାଲାଣ କରିଛନ୍ତି । ଏହି ସବୁ ସୂଚନା ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆଜି ପୋଲିସ ପକ୍ଷରୁ ଦିଆଯାଇଛି ।

Leave A Reply

Your email address will not be published.