ଆପଣ ଜାଣନ୍ତି କି, କିସମିସ୍‌ ଖାଇବାରେ ଆଶ୍ଚର୍ଯ୍ୟଜନକ ଲାଭ : ଆସନ୍ତୁ ଜାଣିବା ଏହାର ଉପକାରିତା

ନୂଆଦିଲ୍ଲୀ : ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ ବାଦାମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କିନ୍ତୁ ଜାଣି ରଖନ୍ତୁ, କିସମିସ୍‌ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କିସମିସ୍‌ ମଧ୍ୟ ଏକ ସୁପରଫୁଡ୍‌ ଠାରୁ କମ୍‌ ନୁହେଁ । କିସମିସ୍‌ରେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ ।

କିସମିସ୍‌ ଶୁଖିଲା ଅଙ୍ଗରରୁ ତିଆରି, ଯେଉଁଥିରେ ଭିଟାମିନ୍‌, ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫାଇବର୍‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ବିଶେଷକରି ଯେଉଁମାନେ ସ୍ୱାସ୍ଥ୍ୟ ସଚେତନ, ସେମାନଙ୍କ ପାଇଁ କିସମିସ୍‌ ଖାଇବା ଉଚିତ । ତେବେ ଆସନ୍ତୁ ଏହାର ଲାଭ ସଂପର୍କରେ କିଛି ଜାଣିବା ।

ଯେଉଁମାନେ ନିଜର ଓଜନ ବଢ଼ାଇବାକୁ ଚାହାନ୍ତି, ସେମାନେ କିସ୍‌ମିସ୍‌ ଗ୍ରହଣ କରିବା ଉଚିତ । ପ୍ରତିଦିନ କିସମିସ୍‌ ଖାଇବା ଦ୍ୱାରା ଏହା ଶୀଘ୍ର ଆପଣଙ୍କ ଶରୀରରେ ଓଜନ ବଢ଼ାଇବାରେ ସହାୟକ ହୋଇଥାଏ । କିସମିସ୍‌ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଶକ୍ତି ବଳବତ୍ତର ରୁହେ ବୋଲି ଚିକିତ୍ସକମାନେ କୁହନ୍ତି ।

କିସମିସ୍‌ ଆପଣଙ୍କ ଶରୀରରେ କ୍ରିମର ଉପସ୍ଥିତି ହେତୁ ଆଣ୍ଟି କାର୍ସିନୋଜେନିକ୍‌ ଉପକାର ଦେଇଥାଏ, ଯାହା ଆପଣଙ୍କ ଶରୀରକୁ କର୍କଟ ଭଳି ରୋଗରୁ ଦୂରେଇ ରଖିଥାଏ । ତେଣୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ କିସମିସ୍‌ ଅନ୍ତର୍ଭୁକ୍ତ କରନ୍ତୁ ।

ବର୍ତ୍ତମାନ ସମୟରେ କର୍ମମୟ ଜୀବନରେ ଖୁବ୍‌ ଚାପ ସୃଷ୍ଟି ହେଉଛି । ଏହା ଫଳରେ ଆମର ବିପି (ବ୍ଲଡ୍‌ ପ୍ରେସର୍‌) ଉପର ତଳ ହୋଇଯାଏ । ଯାହା ଶରୀର ପାଇଁ ଆଦୌ ଭଲ ନୁହେ । ତେଣୁ ଆପଣ କିସମିସ୍‌ ଖାଇବା ଉଚିତ୍‌, ଯାହା ଦ୍ୱାରା ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ଭଲ ରହିବ । କିସମିସ୍‌ ଆପଣଙ୍କ ଶରୀରକୁ ଯାଇ ବିପି.କୁ ନିୟନ୍ତ୍ରଣରେ ରଖିଥାଏ ।

କରୋନା କାରଣରୁ ସମସ୍ତେ ସେମାନଙ୍କର ପ୍ରତିରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । କିସମିସ୍‌ରେ ଥିବା ଖଣିଜ ପଦାର୍ଥ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । କିସମିସ୍‌ ମଧ୍ୟ ସମସ୍ତ ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ । କିସମିସ୍‌ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ମାନସିକ ଚାପ ହେତୁ ଅନେକ ଲୋକ ଶାନ୍ତିରେ ଶୋଇ ପାରନ୍ତି ନାହିଁ । ସେଥିପାଇଁ ବିଶେଷଜ୍ଞମାନେ କିସମିସ୍‌ ଖାଇବାକୁ ପରାମର୍ଶ ଦିଅନ୍ତ । କିସମିସ୍‌ ଖାଇବା ଦ୍ୱାରା ଆପଣଙ୍କ ସମସ୍ତ ଶୋଇବା ସମସ୍ୟା ଭଲ ହୋଇଯାଏ ।

Leave A Reply

Your email address will not be published.