pakka

ହାଇୱା ଲୁଟ କରି ଦୁଇ ଗିରଫ : ୧ ଫେରାର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ହାଇୱା ଡକାୟତିରେ ବଲାଙ୍ଗିର ଟାଉନ ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମନାଙ୍କ ମଧ୍ୟରୁ ଜଣେ ଶୁଭମ ପରମଗୁରୁ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣକ ହାତି ପଡାର ସଞ୍ଜୟ କୁମ୍ଭାର (୨୧) ବୋଲି ପୋଲିସ ସୂଚନା ଦେଇଛି । ଉକ୍ତ ଲୁଟରେ ବ୍ୟବହୃତ ଷ୍ଟିଲ ଛୁରି ସହିତ ୧୦୦୦ ଟଙ୍କା ଜବତ କରିଛି । ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ଦିନ ଭୋର ସକାଳୁ ଏକ ହାଇୱା ଟ୍ରକ (ଓଡି୦୩ପି୫୧୯୬) ମନୋହରପୁରରୁ ସହର ଭିତରକୁ ଆସୁଥିଲ। । ଏହି ସମୟରେ ବାଇକରେ ହଠାତ ତିନି ଜଣ ଆସି ଟ୍ରକକୁ ଅଟକାଇ ଡ୍ରାଇଭରକୁ ବାହରକୁ ଟାଣି ଆଣିଥିଲେ । ଛୁରି ଦେଖାଇ ଟ୍ରକ ଡା୍‌ରଇଭରକୁ ମାଡ ମାରିବା ସହ ତାଙ୍କ ପାଖରୁ ୧୦୦୦ ଟ‌ଙ୍କା ଲୁଟି ନେଇଥିଲେ । ଟ୍ରକ ଡ୍ରାଇଭରଙ୍କ ଡାକରା ଶୁଣି ସ୍ଥାନୀୟ ଲୋକେ ଜମା ହୋଇ ଦୁଇ ଦୁର୍ବୁତ୍ତଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିଲେ । ଅନ୍ୟ ଜଣକ ସୁଯୋଗ ଖୋଜି ଫେରାର ମାରିଥିଲା । ପରେ ଟ୍ରକ ଡ୍ରାଇଭର ଅକ୍ଷୟ କୁମାର ରାଉତ ଥାନାକୁ ଯାଇ ଲିଖିତ ଏତଲା ଦେଇଥିଲେ । ତାଙ୍କର ଅଭିଯୋଗ କ୍ରମେ, ଟାଉନ ଥାନା କେସ ନଂ. ୧୬୦/୫.୩.୨୧/ୟୁ/ଏସ-୩୯୪ ଆଇପିସିରେ ମାମଲା ରୁଜୁ କରି ସବ ଇନ୍‌ସ୍‌ସ୍ପେକ୍ଟର ପୁର୍ଣ୍ଣମୀ ଓରାମ ଘଟଣାର ତଦନ୍ତ କରୁଥିବା ପୋଲିସ ସୂଚନା ଦେଇିଛି ।

jay balangir
Leave A Reply

Your email address will not be published.

twelve + 20 =