pakka

ଧୁବା ପଡା ହତ୍ୟା ଘଟଣା ମାମଲା : ଭୋଜି ଭାତ, ବଚସାରୁ ହତ୍ୟା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସ୍ଥାନୀୟ ଧୁବାପଡା(ଗେଟ ସରୋବର ପଡା) ରେ ଘଟିଥିଭା ବଙ୍ଗାଳି ଯୁବକ ବାନିରୁଲ ସେଖ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅପୋସ ଭିତରେ ଭୋଜିଭାତ, ମଦ୍ୟପାନ ପରେ ବଚସାରୁ ଉତ୍ୟକ୍ତ ହୋଇ ମୃତ ବାନି ସାଥିମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ବାନିରୁଲର ହତ୍ୟା ହୋଇଥିବା ପୋଲିସ ଆଜି ସମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି । ପ୍ରକାଶ ଯେ, ଧୁବାପଡାର ଭଗବତି ଶିକାଙ୍କ ଘରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଂଚଳର ହାଇଦର ଅଲି (୩୬), ମୃତ ବାନିରୁଲ ସେଖ (୩୨), ସାମୁଏଲ ସେଖ (୩୦), ୱାସିମ ସେଖ (୩୨) , ନାଜୁ ସେଖ(୨୧) ନାବାବ ସରିଫ (୨୦), ୱାହିଦୁଲ ସେଖ (୩୩) ନାମକ ୭ ଜଣ ଯୁବକ ଭଡାରେ ରହୁଥିବା ବେଳେ ହାଇଦରଙ୍କ ସହିତ ରାଜମିସ୍ତ୍ରୀ କାମ କରୁଥିଲେ । ଗତ ଗୁରୁବାର ରାତି ରେ ସେମାନେ ଭୋଜିଭାତ କରୁଥିବା ସମୟରେ ମୃତ ବାନିରୁଲ ମଦ୍ୟପାନ କରି ଅନ୍ୟ ସାଥିମାନଙ୍କ ସହିତ ଗଣ୍ଡୋଗୋଳ କରିଥିଲା । ସମସ୍ତେ ମିଶି ବାନିରୁଲ କୁ ମୁଥ ବିଧା ମାରି ଚୁପ କରିଥିଲେ । ଫଳରେ ବାନି ଏକା ଛାତ ଉପରକୁ ଶୋଇବାକୁ ଯାଇଥିଲା । ଭୋର ସକାଳୁ ପୁଣି ତଳକୁ ଆସି ଏକ କୋଡି ସାହାଯ୍ୟରେ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ବାନି ହାତରୁ କୋଡି ଛଡାଇ କାକା ହାଇଦର ଅନ୍ୟମାନେ ବାନିର ମୁଣ୍ଡରେ ମାରିଥିଲେ । ଫଳରେ ବାନିର ମୃତ୍ୟୁ ହୋଇଯାଇଥିଲା । ବାନିର ମୃତ ଦେହରୁ କପଡା କାଢି ଅନ୍ୟ ସାଥିମାନେ ମୃତଦେହକୁ ପଛପଟ ନାଳରେ ଫିଙ୍ଗି ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ତେବେ ଗରୁରବାର ରାତିରେ ଏହି ଯୁବକମାନଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ବିରୁଦ୍ଧରେ ଘରମାଲିକ ଭଗବତି ଶିକା ଥାନାକୁ ଯାଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ କେନ୍ଦ୍ର କରି ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ କେସ ନଂ ୧୫୯/୫.୩.୨୧/ୟୁ/ଏସ-୩୦୨/୩୪ଆଇପିସି ରେ ମାମଲା ଗ୍ରହଣ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଜି ବଲାଙ୍ଗିର ପୋଲିସ ଘଟଣାରେ ବ୍ୟବହୃତ କୋଡି ଜବତ କରିବା ସହ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

four × five =