ବିଚ୍ ବଜାରରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜଧାନୀ ସିଆରପି ଛକରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନରେ ୩ ଜଣ ଯୁବକ ଜଟିଆ, ସୁଧୀର ଓ ସାଗର ବସିଥିଲେ ତେବେ ହଠାତ୍‌ କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ସାଗର ଓ ସୁଧୀର ଜଟିଆକୁ ଭୁଜାଲି ଓ ଫାର୍ସାରେ ବିଚ୍ ବଜାରରେ ଗୋଡେଇ ଗୋଡେଇ ହାଣି ହତ୍ୟା କରି ମୃତ ଦେହ ନେଇ ଗାଡିରେ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ହତ୍ୟାର ଶିକାର ହୋଇଥିବା ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଧୀର ଓ ସାଗରକୁ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.

seventeen − 14 =