ବଜ୍ରକାପ୍ତା ଉଦ୍ଧାର : ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଳା ରାଜକୋଠି ଠାରେ ଓଡିଶା କ୍ରାଇମ୍‌ ବ୍ରାଂଚ ସ୍ପୋସାଲ୍‌ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ପକ୍ଷରୁ ବଜ୍ରକାପ୍ତା ଉଦ୍ଧାର କରାଯାଇ ଥିବାର ଖବର ମିଳିଛି ।

ସୂଚନା ଅନୁସାରେ ଏସଟିଏଫ୍‌କୁ ବଜ୍ରକାପ୍ତା ଚୋରା ଚାଲଣାର ଖବର ମିଳିବାରୁ ରାଜାକୋଠି ନିକଟରେ ଥିବା ମହାନଦୀ ବନ୍ଧ ଉପରୁ ଗୋଟିଏ ବଜ୍ରକାପ୍ତା ସହ ୫ କିଗ୍ରା ୬୫ ଗ୍ରାମର ଓଜନର ବଜ୍ରକାପ୍ତା କାତି ଜବତ କରିଛି । ଏହି ମାମଲାରେ ୨ ଜଣ ବ୍ୟକ୍ତିକୁ ଗିରଫ୍‌ ହୋଇଥିବା ବେଳେ ଜବତ୍‌ ବଜ୍ରକାପ୍ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ଆଜି ସୁବର୍ଣ୍ଣପୁରର ଏସ୍‌ଡିିଜେଏମ୍‌ କୋର୍ଟକୁ ଅଣାଯିବ ବୋଲି ଖବର ରହିଛି ।

Leave A Reply

Your email address will not be published.