ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି : ଇମ୍‌ରାନ୍‌ ଖାନ୍‌

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ବୋବାଲ୍‌ କରିଛନ୍ତି । ସୂଚନା ଅନୁସାରେ ନୱାଜ୍‌ ସରିଫ୍‌ ଦେଶର ସେନାଧ୍ୟକ୍ଷ ଜେନେରାଲ କମର ଜାୱେଦ ବାଜୱାଙ୍କୁ ସମାଲୋଚନା କରିବା ପରେ ଇମ୍‌ରାନ୍‌ ବିଳିବେଳଇ ଉଠିଛନ୍ତି । ଇମ୍‌ରାନ୍‌ ଆରୋପ ଆଣିଛନ୍ତି ଯେ, ନୱାଜ୍‌ ଦେଶର ସେନାଙ୍କ ଛବିକୁ ଦୂଷିତ କରିବାରେ ଅଂଟା ଭିଡ଼ିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି । ଏପରିକି‌ ସରିଫ୍‌ଙ୍କ ର‍୍ୟାଲିକୁ ଇମ୍‌ରାନ୍ ‘ସର୍କସ’ ଆଖ୍ୟା ଦେବାକୁ ପଛାଇ ନାହାନ୍ତି ।

Leave A Reply

Your email address will not be published.