ତମ୍ବା ପାତ୍ରରେ ପାଣି ପିଅନ୍ତୁ, ସୁ‌ସ୍ଥ ରୁହନ୍ତୁ

ତମ୍ବାର ଜୀବାଣୁ-ନଷ୍ଟକାରୀ ଗୁଣ ରହିଥିବା ବିଷୟରେ ଚିକିତ୍ସା ବିଜ୍ଞାନ ଆଗ୍ରହ ଦେଖାଉଛି । ବର୍ଷ ବର୍ଷ ଧରି ଅନେକ ପରୀକ୍ଷଣ ହୋଇଛି ଏବଂ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଜଳର ନିଜସ୍ୱ ସ୍ମୃତି ଅଛି – ଏହା ସ୍ପର୍ଶ କରୁଥିବା ସମସ୍ତ ଜିନିଷକୁ ମନେ ରଖିଥାଏ । ଜଳର ନିଜସ୍ୱ ସ୍ମୃତି ହେତୁ ଆମେ ଏହାକୁ ପାତ୍ରରେ କିପରି ରଖିବା, ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଯଦି ଆପଣ ପାଣିକୁ ଏକ ତମ୍ବା ପାତ୍ରରେ ସାରା ରାତି କିମ୍ବା ଅତି କମରେ ଚାରି ଘଣ୍ଟା ରଖନ୍ତି, ତେବେ ଏଥିରେ ତମ୍ବାର କିଛି ଗୁଣ ଆସି ଯାଇଥାଏ ।

ତମ୍ବା ପାତ୍ରରୁ ପାଣି ପିଅନ୍ତୁ । ଏହି ଜଳ ଯକୃତ ପାଇଁ ଉତ୍ତମ ଅଟେ । କୁହାଯାଏ, ପାଣି ବହୁତ ବେଗରେ ପମ୍ପ ହୋଇ ଅସଂଖ୍ୟ ମୋଡ଼ ବୁଲିବା ପରେ ଲୁହା କିମ୍ବା ପ୍ଲାଷ୍ଟିକ୍ ପାଇପ୍ ସାହାଯ୍ୟରେ ଘରେ ପହଞ୍ଚିଥାଏ । ତେବେ ଏହି ସବୁ ମୋଡ଼ ଦେଇ ଯିବା ହେତୁ ଏଥିରେ ଅନେକ ତ୍ରୁଟି ଦେଖାଯାଏ । କିନ୍ତୁ ସ୍ମୃତି ସହିତ ନିଜର ମୂଳ ରୂପକୁ ପୁନଃ ପ୍ରାପ୍ତ କରିବାର ଶକ୍ତି ପାଣିର ମଧ୍ୟ ଅଛି । ଯଦି ତମ୍ବା ପାତ୍ରରେ ପାଣିକୁ ଏକ ଘଣ୍ଟା ପାଇଁ ରଖି ଦିଆଯାଏ, ତେବେ ତ୍ରୁଟି ସ୍ୱତଃ ଦୂରହୁଏ ବୋଲି ଅନେକ ଆୟୁର୍ବେଦ ଚିକିତ୍ସା ବିଷାରଦମାନେ ଯୁକ୍ତି କର‌ନ୍ତି ।

Leave A Reply

Your email address will not be published.

fifteen − eleven =

error: Content is protected !!