‌ସ୍ୱସ୍ତି ସାହିତ୍ୟ ସଂସଦ ଆୟୋଜିତ ବାର୍ଷିକ କବିତାୟନ କାର୍ଯ୍ୟକ୍ରମର ଚତୁର୍ଥ ସନ୍ଧ୍ୟା‌

ରାଉରକେଲା, (କେପିଏନ୍‌ଏସ୍‌) : ସ୍ୱସ୍ତି ସାହିତ୍ୟ ସଂସଦ,ରାଉରକେଲା ଆୟୋଜିତ ବାର୍ଷିକ କବିତାୟନ କାର୍ୟ୍ୟକ୍ରମର ଚତୁର୍ଥ ସନ୍ଧ୍ୟାରେ ଆଜି ଓ୍ବେବ ଲାଇନ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ବରେଣ୍ୟ କବି, ଲେଖକ ଓ ସୁବକ୍ତା ହୁସେନ୍ ରବି ଗାନ୍ଧୀ ତାଙ୍କର ଅଭିଭାଷଣରେ କରୋନାକାଳୀନ ସାମାଜିକ ଦୃଶ୍ୟ ଓ ତହିଁରୁ ମୁକୁଳିବାର ଆତ୍ମବିଶ୍ୱାସ କବିତା ହିଁ ଦେଇପାରେ ବୋଲି ଦୃଢ଼ତାର ସହ ଆହ୍ଵାନ ଦେଇଥିଲେ । ‌ସ୍ୱସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସଭାକୁ ସ୍ବାଗତ କରିବା ସହ ସମ୍ପାଦକ ରାଜୀବ ପାଣି କବିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କବି ମାନଙ୍କର ବହୁମୂଲ୍ୟ କାବ୍ୟସ୍ବରକୁ ସଂଯୋଜିତ କରିଥିଲେ ‌ସ୍ୱସ୍ତିର ସାହିତ୍ୟ ସଂପାଦିକା କବି ଅଙ୍ଗୁରବାଳା ପରିଡ଼ା । ଯେଉଁ ପ୍ରମୁଖ କବିମାନେ ଆଜି ସନ୍ଧ୍ୟାର ଆସରକୁ ମଧୁମୟ କରିଥିଲେ ସେମାନେ ହେଲେ ବରିଷ୍ଠ କବି ଡ଼.ଅପର୍ଣ୍ଣା ମହାନ୍ତି, ଶିଶିର ନାୟକ, ସୁବ୍ରତ ଦାସ, ପୁଷ୍ପା ଧଳ ମହାପାତ୍ର, ବବିତା ମହାପାତ୍ର, ଡ଼.ନରେନ୍ଦ୍ର ମିଶ୍ର, ମୋନାଲିସା ମିଶ୍ର, ସୌଦାମିନୀ ବେହେରା, ସୁରଂଜନ ପାତ୍ର, ଡ଼ମ୍ବରୁଧର ପଟ୍ଟନାୟକ, ସଂଜୟ ପଣ୍ଡା ଓ ଶ୍ରୀମତୀ ନର୍ମଦା ନିଳୋତ୍ପଳା । ସଭା ଶେଷରେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ଓ୍ବେଵ ଲାଇନ୍ କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ କବିତାର ସ୍ବାଦ ଆସ୍ବାଦନ କରିଥିଲେ ।

Leave A Reply

Your email address will not be published.

3 × three =

error: Content is protected !!