
- ସୁଶ୍ରୀ ସ୍ନେହଲତା
କାହା ପ୍ରେମରେ ପଡ଼ିଯିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ପ୍ରେମକଙ୍କୁ ଠିକ୍ ଭାବରେ ଚିହ୍ନିବା । ଅନେକ ଯୁବତୀ ପ୍ରେମରେ ଏଭଳି ଭାବରେ ବୁଡ଼ି ରହିଥା’ନ୍ତି ଯେ, ପ୍ରେମିକଙ୍କ ଛୋଟ ବଡ଼ କୌଣସି ବି ଦୁର୍ଗୁଣ ତାଙ୍କ ନଜର୍କୁ ଆସେନାହିଁ, ଏହା ଫଳରେ ପ୍ରେମରେ ଭାସି ଯାଇ ନାନା ପ୍ରକାର ଘଟଣା ଦୁର୍ଘଟଣା, ନିନ୍ଦା ଅପବାଦ କିମ୍ବା ବିଫଳତା ମୁଣ୍ଡେଇବାକୁ ବାଧ୍ୟ ହୋଇଥାନ୍ତି । ଏଣୁ ପ୍ରେମିକାମାନେ ଅତି ସତର୍କତା ସହ ପ୍ରେମକୁ ନିରେଖି ଦେଖିବା ଓ ଅନୁଭବ କରିବା ଆବଶ୍ୟକ ।

- ଆପଣଙ୍କ ପ୍ରତି ପ୍ରେମିକଙ୍କ ପ୍ରେମ କେତେ ଗଭୀର, ତାହା ନିଜେ ସୁସ୍ଥ ମନରେ ଚିନ୍ତା କରନ୍ତୁ ।
- ଧନ ଦେଖି ପ୍ରେମରେ ପଡ଼ନ୍ତୁ ନାହିଁ, ବରଂ ହୃଦୟକୁ ଦେଖି ପ୍ରେମ କରନ୍ତୁ ।
- ହୀରୋ ଭଳି ଦେଖାଯାଉଥିବା ଚେହେରା ପାଇଁ ବିକଳ ହୁଅନ୍ତୁ ନାହିଁ, ତା’ ପଛରେ ଥିବା ଅସଲ୍ ଚେହେରା ଦେଖି ପ୍ରେମ କରନ୍ତୁ ।
- ପ୍ରେମିକ ଜଣକ ଆପଣଙ୍କ ଦେହକୁ ନା’ ଆପଣଙ୍କୁ ପ୍ରେମ କରନ୍ତି, ତାହା ପରଖି ନିଅନ୍ତୁ ।
- ସୁବିଧାବାଦୀ ପ୍ରେମିକଙ୍କ ଠାରୁ ଦୂରେଇ ରୁହନ୍ତୁ ।
- ଜୀବନର ପ୍ରତ୍ୟେକ ସ୍ଥିତିରେ ଆପଣଙ୍କ ହାତ ଧରିପାରୁଥିବା ପ୍ରେମିକଙ୍କୁ ଜୀବନରେ ଗ୍ରହଣ କରନ୍ତୁ ।