pakka

ମୁକ୍ତିଲାଭ କଲା ପଦ୍ମିନୀ କୋଲ୍‌ହାପୁରେଙ୍କ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ : କଣ୍ଠଦାନ କଲେ ଅଭିନେତ୍ରୀ ନିଜେ

ମୁମ୍ବାଇ : ‘ପ୍ରେମ୍ ରୋଗ’ ଚଳଚିତ୍ରର ପଦ୍ମିନୀ କୋଲ୍‌ହାପୁରେଙ୍କ ଆଇକନିକ୍ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ର ନୂତନ ସଂସ୍କରଣ ମୁକ୍ତିଲାଭ କରିଛି । ଏହି ଗୀତଟିକୁ ଅଭିନେତ୍ରୀ ନିଜେ ତାଙ୍କ ସୁମଧୁର ସ୍ୱରରେ ଗାଇଛନ୍ତି । ପ୍ରିୟଙ୍କା ଶର୍ମାଙ୍କ ଲେବଲ୍ ୱାନ ହୃଦୟସ୍ପର୍ଶୀ ବିବାହ ସଂଗୀତ ମୁକ୍ତ କରିଛି ।

ଗୀତ ବିଷୟରେ ପଦ୍ମିନୀ କୋଲ୍‌ହାପୁରେ କୁହନ୍ତି, “ଏହି ଗୀତରେ କାମ କରିବା ଏତେ ଆକର୍ଷଣୀୟ ଥିଲା ଯେ, ଏହା ମୋତେ ମୂଳ ଗୀତର ସୁଟିଂର ସ୍ମୃତିକୁ ଫେରାଇ ଆଣିଥିଲା । ସେହି ଉତ୍ସାହକୁ ପୁନର୍ବାର ଅନୁଭବ କରିବା ମୋତେ ବହୁତ ଆନନ୍ଦ ଦେଇଛି ଏବଂ ମୁଁ ଏଥି ପାଇଁ ଗର୍ବିତ ଓ ଉତ୍ସାହିତ ଆଇକନିକ୍ ଗୀତ ସୃଷ୍ଟି କରିବାକୁ ସକ୍ଷମ ହେବାକୁ ।”

Leave A Reply

Your email address will not be published.

7 − 5 =