oum

ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଡ୍ରଗ୍ସ ଏଜେନ୍ସିର ତଦନ୍ତ ପରିସରକୁ ଟାଣି ଆଣିଲା

jsm

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୭ର ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସର ଆଧାରରେ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଏହି ଚାଟ୍‌ସ୍‌ ଟେଲେଣ୍ଟ ଏଜେଣ୍ଟ ଜୟା ସାହାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନାରେ କୁହାଯାଇଛି । ଏହାକୁ ନେଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାର ତଦନ୍ତରେ ପ୍ରଶ୍ନ ଉଠିଛି । ତେବେ ଜୟା ସାହା ୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଟେଲେଣ୍ଟ ମେନେଜର ଥିଲେ । ସୁଶାନ୍ତଙ୍କୁ ଗତ ୧୪ ଜୁନ୍‌ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଶାନ୍ତ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଫୋନ୍‌ରୁ ମିଳିଥିବା ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌ ପରେ ଅନେକ ପ୍ରଶ୍ନ ସାମ୍‌ନାକୁ ଆସିଛି । ସେହି କଥାବାର୍ତ୍ତାରୁ ଡ୍ରଗ୍ସ ଲେଣଦେଣ କଥାବାର୍ତ୍ତାର ସୂଚନା ମିଳିଛି । ତେବେ ଏକ ଜାତୀୟ ସ୍ତରର ବୈଦ୍ୟୁତିକ ଗଣମାଧ୍ୟମକୁ ମିଳିଥିବା ଚାଟ୍‌ସ୍‌ ଟ୍ରାନ୍‌ସ୍‌କ୍ରିପ୍‌ସନ୍‌ରେ ଦୁଇ ବ୍ୟକ୍ତି ମଧ୍ୟରେ ଡ୍ରଗ୍ସ (ହାସ୍‌)ର କିଣାବା ସଂକ୍ରାନ୍ତରେ କଥାବାର୍ତ୍ତା ଚାଲିଥିଲା । କୁହାଯାଇଛି ସେ ଦୁଇ ଜଣ ଦୀପିକା ପାଦୁକୋଣ ଏବଂ ତାଙ୍କ ବିଜ୍‌ନେସ୍‌ ମେନେଜର ।

Leave A Reply

Your email address will not be published.