pakka

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଅନେକ’ ସେପ୍ଟେମ୍ଵର ୧୭ରେ ପରଦାକୁ ଆସିବ

bbehera

ମୁ‌ମ୍ବାଇ : ବଲିଉଡର ଲୋକ ପ୍ରିୟ ଅଭିନେତା ତଥା ବଲିଉଡର ମିଷ୍ଟ୍ରି ମ୍ୟାନ୍ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମ ‘ଅନେକ’ ଆସନ୍ତା ସେପ୍ଟେମ୍ଵର ୧୭ରେ ପରଦାକୁ ଆସିବ । ଏନେଇ ଆୟୁଷ୍ମାନ ନିଜର ଇନଷ୍ଟାଗ୍ରାମ ପେଜରେ ଏକ ମଜାଦାର୍ ପୋଷ୍ଟ କରି ଆୟୁଷ୍ମାନ ଲେଖିଛନ୍ତି ଯେ, ନାମ୍ ଅନେକ୍, ଲେକିନ୍ ରିଲିଜ ଡେଟ୍ ଏକ୍ ମିଲ୍‌ତେ ହେଁ ଆପ୍‌ସେ ୧୭ ସେପ୍ଟେମ୍ଵର ୨୦୨୧ କୋ ।

ଏହି ଫିଲ୍ମରେ ଆୟୁଷ୍ମାନ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆସାମରେ ଚାଲିଛି । ଟି-ସିରିଜ୍ ଏବଂ ବନାରସ୍ ମିଡିଆଓ୍ଵାର୍କସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ଵ ମଧ୍ୟ ଅନୁଭବ ସିହ୍ନା ନିର୍ବାହ କରିଛନ୍ତି ।

jay balangir
Leave A Reply

Your email address will not be published.

16 + nineteen =

error: Content is protected !!