ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସୋହେଲା ସାମ୍ବାଦିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଶିବିରରେ ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସଂକଳ୍ପ ପରିବାରର ସଦସ୍ୟ ଜି ରମେଶ, ନିଧାନ ଦନ୍ତା ଓ ସନ୍ତୋଷ ଦନ୍ତାଙ୍କ ଉପସ୍ଥିତିରେ ଶିବିରରେ ସ୍ବର୍ଗୀୟ ଜୟପ୍ରକାଶ ସୁନାଙ୍କ ସ୍ତ୍ରୀ ସୌଦାମିନୀ ସୁନା ସମେତ ପରିବାରର ୧୦ ଜଣ ରକ୍ତଦାତାଙ୍କୁ ନେଇ ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସଂକଳ୍ପ ପରିବାର ତରଫରୁ ଶ୍ରୀମତୀ ସୌଦାମିନୀ ସୁନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ବରଗଡ଼ ରକ୍ତଭଣ୍ଡାରର ରାକେଶ ରଣା, ସବିତା ନାଏକ, ସୁରଜ ସୁନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.