ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ପଦ୍ମପୁର ଗ‌ସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ମଙ୍ଗଳବାର ଦିନିକିଆ ପଦ୍ମପୁର ଗ‌ସ୍ତରେ ଆସି ପାଇକମାଲ ସ୍ଥିତ କସ୍ତୁରିବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହିତ ଅନୁଷାନର ଭିତ୍ତିଭୂମି ତଦାରଖ କରିଥିଲେ । ଏହି ସଂକ୍ରାନ୍ତରେ ଏନଏଚଆରସି କେସ୍‌ର ଏକ ଶୁଣାଣୀ କାର୍ୟ୍ୟକ୍ରମ ପଦ୍ମପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା । ଏହି କେସ୍‌ ଶୁଣାଣୀ ସମୟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନର ସୁପରିଟେଣ୍ତେଣ୍ଟ ନିର୍ମଳ ଗିରୀ, ପାଇକମାଲ ଆଇଆଇସି ବିଶ୍ବଜିତ ମନବୋଧ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍ମାଙ୍କ ସମେତ ଅନ୍ୟାନ୍ୟ ପକ୍ଷଙ୍କୁ ନେଇ ଠାରୁ କେସ୍‌ ସମ୍ବନ୍ଧରେ ଶୁଣାଣୀ କରିଥିଲେ ।

jittmm
Leave A Reply

Your email address will not be published.