ସାଧାରଣ ଭକ୍ତଙ୍କ ପାଇଁ ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର କରୋନା କଟକଣା ଯୋଗୁଁ ସାଧାରଣ ଭ‌କ୍ତ‌ଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭକ୍ତ‌ଙ୍କ ମନରେ ଉଦାସୀନତା ଲାଗି ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ପ୍ରେମୀ ଚାହିଁ ରହିଛ‌ନ୍ତି । ଏତିକି ବେଳେ ଆଜି ଏକ ଖବର ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱ‌ସ୍ତ କରିଛି । ସୂଚନା ଅନୁସାରେ ଡିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ସୂଚନା ପ୍ରଦାନ କରିଅଛନ୍ତି । ଏ ସଂପର୍କରେ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.