csstore

ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି

ଲୋଇସିଂହା, (କେପିଏନ୍‌ଏସ୍‌) : ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ କୀର୍ତ୍ତନ ଦାସ ଆଗଲପୁର ବ୍ଲକ ସାନଟୀକା ଗ୍ରାମର ଭିନ୍ନକ୍ଷମ ବାଳକ ରାକେଶ ଜୁଏଡ଼ଙ୍କ ଘରକୁ ଯାଇ ତାଙ୍କର ଅଧିକ ଚିକିତ୍ସା ପାଇଁ ନୃସିଂହନାଥ ସ୍ଥିତ ଆୟୁର୍ବେଦିକ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ଗତବର୍ଷ ବିଜୁଳି ଆଘାତରେ ଗୁରୁତର ହୋଇ ଘରେ ପଡି ରହିଥିବା ଗ୍ରାମର ବିକାଶ ସୁନାଙ୍କୁ ମଧ୍ୟ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.