
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ତଥା ଆଖପାଖ ଗ୍ରାମର ମାଆ ଭଉଣୀ ମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ସଂକୀର୍ତନ ଦଳ ସହ ଶଙ୍ଖ ଘଣ୍ଟ ଗିନି ମୃଦଙ୍ଗ ବଜାଇ ହୁଳ ହୁଳି ଦେଇ ଏକ ବିରାଟ ଶୋଭାଯାତ୍ରାରେ ପବିତ୍ର ପାଣି ଆଣି ଯଜ୍ଞ ପୀଠରେ ସ୍ଥାପନ କରିଛନ୍ତି ଓ ନାମ ସଂକୀର୍ତନ ଆରମ୍ଭ ହୋଇଯାଇଛି । କର୍ତ୍ତା ଭାବରେ ଟିକେଲାଲ ସାହୁ ଓ ତାଙ୍କର ସହଧର୍ମିଣୀ ଶକୁନ୍ତଳା ସାହୁ ଦାୟିତ୍ୱ ତୁଲାଉଛନ୍ତି । ଗାଁର ଚାରି ପାଖରେ ଜଙ୍ଗଲ ଥିବାରୁ ହରି ନାମ ଚାରି ଆଡେ ପ୍ରକମ୍ପିତ ହେଉଅଛି ।

