csstore

ସମସ୍ତ ଅଧିକାରୀ ସୋନପୁରୀ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁରୀ/ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନ ଶୁଣାଣିରେ ସମସ୍ତ ଅଧିକାରୀ ସୋନପୁରୀ /ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ସ୍ଥିର କରାଯାଇଛି । ଆଜି ଠାରୁ ହେବାକୁ ଥିବା ଜନ ଶୁଣାଣିରେ ସମସ୍ତ ଅଧିକାରୀ ଏହା ପାଳନ କରିବାକୁ କୁହାଯାଇଛି । ଫଳରେ ହସ୍ତତନ୍ତ ବସ୍ତ୍ରର ଚାହିଦା ଆହୁରି ବୃଦ୍ଧି ପାଇବ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଜିଲ୍ଲାର ପ୍ରତି ସୋମବାରରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଅଧିକାରୀ ସୋନପୁରର ବୁଣାକାରମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଲୁଗା ପରିଧାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକି ବୁଣାକାରମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହ ହସ୍ତତନ୍ତ ବସ୍ତ୍ରର ପ୍ରୋତ୍ସାହନ ହୋଇପାରିବ ।

jayashree
Leave A Reply

Your email address will not be published.