pakka

ସ୍ନେହଲତା ଘଟଣା ୭ ବର୍ଷ ପୁରିଲା : କ୍ରାଇମବ୍ରାଞ୍ଚ ହାତ ଖାଲି, ସିବିଆଇ ତଦନ୍ତ ଦାବୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକ୍‌ ଆଜିକୁ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣ ଧର୍ଷଣ ପରେ ହତ୍ୟା କରାଗଲା । ଘଟଣାଟି ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ । କିନ୍ତୁ ଘଟଣାଟିକୁ ୭ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇ ପାରିନାହିଁ । ପଶ୍ଚିମ ଓଡିଶା ମହିଳା ସଂଗଠର ଏକ ଦଳ ଆଜି ସର୍ଗିପାଲି ଗସ୍ତ କରି ସ୍ନେହଲତା ଛତ୍ରିଆର ଫଟୋରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଘଟଣାଟିି ଅତି ସମ୍ବେଦନଶୀଳ ଥିଲେ ମଧ୍ୟ ଦିଲ୍ଲୀର ନିର୍ଭୟାକାଣ୍ଡଠାରୁ ମଧ୍ୟ ଆହୁରି ଭୟଙ୍କର । ତଥାପି ଆଜି ପର୍ୟ୍ୟନ୍ତ ପିଡିତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଏଣୁ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ସ୍ନେହଲତାକୁ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ଲଢେଇ କରିବା ପାଇଁ ଶପଥ ଗ୍ରହଣ ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଫେଲ ମାରିଥିବାରୁ ସିବିଆଇ ତଦନ୍ତ ଦାବୀ କରିଥିଲେ । ଆଗାମୀ ଦିନରେ ସରକାର ସିବିଆଇ ତଦନ୍ତ ଘୋଷଣା ନ କରିବା ପର୍ୟ୍ୟନ୍ତ ଏବଂ ସ୍ନେହଲତାକୁ ନ୍ୟାୟ ନ ମିଳିବା ଯାଏଁ ପଶ୍ଚିମ ଓଡିଶା ମହିଳା ସଂଗଠନ ଲଡେଇ ଜାରି ରଖିବ ବୋଲି ସଂଗଠନ ତରଫରୁ ଘୋଷଣା କରାଯାଇଥିଲା । ଆଜିର ଏହି ଗସ୍ତରେ ସଭାନେତ୍ରୀ ସବିତା ନନ୍ଦ, ସଂପାଦିକା ସୁଷମା ବଏ, କାର୍ୟ୍ୟକାରୀ ସଦସ୍ୟ ଗୀତାଞ୍ଜଳି ବାଗ ସହିତ ଅନ୍ୟାନ୍ୟ ସଦସ୍ୟ ସାମିଲ ଥିଲେ ।

Leave A Reply

Your email address will not be published.

4 × four =