ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଚାଲିଥିବା ହନୁମାନ ପ୍ରତିଷ୍ଠା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଷ୍ଠା ମହୋତ୍ସବ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ସରବତ ବଣ୍ଟନ ଓ ର୍ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱର କଳା ପରିଷଦ ଇଂସାର କଳାକାରମାନଙ୍କ ଦ୍ୱାରା ରାବଣ ଦରବାର ଅଭିନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ନାଟ୍ୟକାର ରାଜକୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶେଷ ଦିନରେ ସମସ୍ତ କଳାକାର, କର୍ତ୍ତା ବଳରାମ ସାହୁ, ଜମିଦାତା ଝୁଲୁପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ କମିଟି ସଦସ୍ୟ ଭାବରେ ମୁକଦୁମ ସାହୁ, ବାସୁଦେବ ସାହୁ, କୈଳାଶ ସ୍ୱାଇଁ, ନୀଳାମ୍ବର ସେଠ, ବମା ବରିହା, ସଂଜୟ ସ୍ୱାଇଁ, ଦୋଳମଣୀ ସାହୁ ଆଦି ଥିବା ବେଳେ ସ୍ୱେଛାସେବୀ ଭାବରେ କାର୍ଯ୍ୟରତ ଥିଲେ ମହେଦ୍ର ସାହୁ, ତାରାକାନ୍ତ ଭୋଇ, ମହେନ୍ଦ୍ର ସାହୁ, ଲଳିତ ସାହୁ, ଘନଶ୍ୟାମ ସାହୁ, ଗଣେଶ ସାହୁ, ମଦନ ସାହୁ, ମୁକେଶ ସାହୁ, ମହାଦେବ ସେଠ୍, ଅନିରୁଦ୍ଧ ସେଠ୍, ଗୋବିନ୍ଦ ସେଠ୍, ବବଲୁ ସାହୁ, ହେମନ୍ତ ମହାକୁର, ପଲଟନ ମହାକୁର, ସତୁଘନ ସାହୁ, ପ୍ରଦୀପ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.