ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ପ୍ରବୀଣ ମହାପାତ୍ରଙ୍କୁ ଶୁଭେଚ୍ଛା

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ୬୫୨ ନମ୍ବର ରଖି ସମଗ୍ର ବରଗଡ଼ ସହରକୁ ଖୁସି ଉଲ୍ଲାସରେ ଭରି ଦେଇଥିବା ପ୍ରବୀଣ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସର ସକ୍ରିୟ ସଦସ୍ୟ ଅଭିଷେକ ନାୟକ, ନିହାର ବେହେରା, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ଜିଲ୍ଲା ଯୁବ କଂଗ୍ରେସ କାଯ୍ୟକାରୀ ସଭାପତି ସୁଶାନ୍ତ ସାହୁ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ଅମିତ ଆଚାର୍ୟ୍ୟ, ଗୁର୍ଦୁମ କୁଅଁର ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.