csstore

ବିମଳାଗଡ-ତାଳଚେର ରେଳପଥ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିମଳାଗଡ ତାଳଚେର ରେଳପଥକୁ ଯଥା ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବା ପାଇଁ ଦିଆଯାଇଥିବା ଜନସ୍ୱାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ମଂଚର ସାଧାରଣ ସଂପାଦକ ପି.ପି.ରାୟ ଜଣାଇଛନ୍ତି । ଜିଲ୍ଲା ତଥା ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଏହି ରେଳପଥ ତିଆରି ଅତ୍ୟନ୍ତ ଜରୁରୀ ହୋଇ ପଡିଥିବା ବେଳେ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିଶେଷ ଗୁରୁତ୍ୱ ନଦେବା ତଥା ରେଳପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ନେଇ ସହରର ବିଭିନ୍ନ ୩୨ଗୋଟି ଅନୁଷ୍ଠାନ ତରଫରୁ ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ବିଭିନ୍ନ ସମୟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ଏବେ ଏହି ମାମଲାର ଶୁଣାଣି ମାନ୍ୟବର ମୁଖ୍ୟ ବିଚାରପତି ଓ ଅନ୍ୟତମ ମାନ୍ୟବର ବିଚାରପତି ଆର.କେ.ପଟ୍ଟନାୟକଙ୍କ ଦ୍ବାରା ଆସନ୍ତା ଅଗଷ୍ଟ ମାସ ୮ତାରିଖ ଦିନ ଶେଷ ଶୁଣାଣି କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ରାୟ ଜଣାଇଛନ୍ତି ।

jayashree
Leave A Reply

Your email address will not be published.