pakka

ଅଶ୍ୱସ୍ତମା ଦଣ୍ଡିଆଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅଶ୍ୱସ୍ତମା ଦଣ୍ଡିଆ ୯୦ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଇହଧାମ ତ୍ୟାଗ କରିଛନ୍ତି । ଗାଁ ମଶାଣିରେ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିଜ ଦୁର୍ବଳତା ମଧ୍ୟରେ ରହି ଆସୁଥିଲେ । ପୁଅ ବସନ୍ତ ଦଣ୍ଡିଆ ଓ ଜଗଦୀଶ ଦଣ୍ଡିଆ (ମୁନା) ମୁଖାଗ୍ନି ଦେଇଥଲେ । ସେ ଜଣେ କଳାକାର ହେବା ସହ ଅଞ୍ଚଳର ଶିକ୍ଷା, କଲା ବିକାଶ କ୍ଷେତ୍ରରେ ବହୁତ କାମ କରିଥିଲେ । ଶତ ବାର୍ଷିକ ଉତ୍ସବ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା, ଜଗନ୍ନାଥ ନାଟ୍ୟ କଳା ପରିଷଦ, ମଦନପୁରଠାରୁ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଶିକ୍ଷ୍ୟବିତ ସହଦେବ ପାଢ଼ୀ, ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର ଦଣ୍ଡସେନା, ସରପଞ୍ଚ କେତକୀ ଦଣ୍ଡିଆ ଶୋକ ପ୍ରକାଶ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

eighteen − eleven =