oom

ନୃସିଂହନାଥ ବୈଶାଖ ମେଳା ପଛପଟେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ନୃସିଂହନାଥରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ନିଜ ନିଜ କାମ ସାରି ଫେରି ଯାଇଛନ୍ତି । ଶହ ଶହ ଅସ୍ଥାୟୀ ଦୋକାନ ବଜାରର ଅସ୍ତିତ୍ୱ ପଡ଼ି ରହିଛି, ନୃସିଂହନାଥର ଚାରି ପଟେ କୁଢ଼ କୁଢ଼ ମଇଳା, ହୋଟେଲମାନଙ୍କର ମଇଳାର ଦୁର୍ଗନ୍ଧ, ଆଖୁ ରସ ବିକ୍ରେତା ଛାଡି ଚାଲି ଯାଇଛି ଗଦା ଗଦା ଶୁଖିଲା ଆଖୁ ଗୁଣ୍ଡ, ଚାରି ଆଡେ କେବଳ ମଇଳା ଆଉ ମଇଳା । ଏ ସବୁ ସଫା କରିବ କିଏ ? ନିଶ୍ଚିତ ଭାବରେ ମନ୍ଦିର ପ୍ରଶାସନ, କିନ୍ତୁ ବୈଶାଖ ମେଳା ପ୍ରସ୍ତୁତି ବୈଠକରେ ରେଜୁଲେସନ ହୋଇଥିଲା ଦୋକାନୀମାନେ ଦୋକାନ ଛାଡିବା ପୂର୍ବରୁ ମଇଳା ସଫା କରିବେ । ଏନେଇ ମେଳା କମିଟି ଓ ମନ୍ଦିର ପ୍ରଶାସନ ଉଚିତ ପଦକ୍ଷେପ ଆଗାମୀ ଦିନରେ ନେଲେ ଭଲ ହୁଅନ୍ତା । ଆହୁରି ମଧ୍ୟ୍ୟ ମନ୍ଦିରର ଗେଟ ପାଖରେ ପଡି ରହିଛି କୁଢ଼ କୁଢ଼ ଜୋତା ଚପଲ । ଝରଣାରେ ଗଦା ଗଦା ପୁରୁଣା ଶାଢ଼ୀ କପଡା, ଲୋକେ ଝରଣାରେ ଗାଧୋଇ ସାରି ପୁରୁଣା କପଡା ଫୋଫାଡ଼ି ଦେଉଛନ୍ତି । ତେଣୁ ଯେଉଁ ଶ୍ରଦ୍ଧାଳୁ ମାନେ ଆସି ଚାଲି ଯାଇଛନ୍ତି ତାଙ୍କୁ ତ ଏସବୁ ଦେଖାଯିବ ନାହିଁ । ବର୍ତ୍ତମାନ ଯେଉଁ ଭକ୍ତମାନେ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସିବେ ସେମାନେ ଦୋଷ କାହାକୁ ଦେବେ, ମନ୍ଦିର ପ୍ରଶାସନକୁ । ତେଣୁ ଏନେଇ ଏକ ସୁଚିନ୍ତିତ ନିୟମ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉ ଥିବାର ଦେଖାଯାଏ ।

jittmm
Leave A Reply

Your email address will not be published.