lika

ଜୁଆ, ସଟ୍ଟା ଏବଂ ବେଆଇନ କଫ୍‌ ସିରଫ୍‌ ବିକ୍ରି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ବିଜେପି

gbag

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଜୁଆ, ସଟ୍ଟା ତଥା ବେଆଇନ କଫ ସିରଫ ବିକ୍ରି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଥିଲା । ବିଜେପି ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ଜିଲ୍ଲାରେ ହତ୍ୟାକାଣ୍ଡ, ଅପହରଣ, ଚୋରି ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଏବଂ ସଟ୍ଟା ଡନ, ଡ୍ରଗ୍ସ ମାଫିଆ, ମଦ ମାଫିଆ ମାନଙ୍କର ପ୍ରାଦୁର୍ଭାବ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ପ୍ରତିନିଧି ମଣ୍ଡଳୀଙ୍କଠାରୁ ସମସ୍ତ ବିଷୟରେ ଅବଗତ ହେଲା ପରେ ଜିଲ୍ଲାରେ ଚାଲିଥିବା ବେଆଇନ ସଟ୍ଟା, ଜୁଆ, ମଦ ଏବଂ ଡ୍ରଗ୍ସ କାରବାର ବିରୁଦ୍ଧରେ ତୁରନ୍ତ କଠୋର ପଦେକ୍ଷପ ନେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ଅତିଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଅକୁର ମଲ୍ଲିକ, ଅବନୀକାନ୍ତ ପଣ୍ଡା, କୁଶ କୁମ୍ଭାର, ଅମିତ ପଣ୍ଡା, ପରେଶ ବିଶି, ଗିରିଶ ମାଝି, ସୁଦାମ ମହାପାତ୍ର, ସୁରେଶ ଅଗ୍ରୱାଲ, ବିଚିତ୍ର ରାଉଳ, ଶୁକୃ ସାହୁ, ବେଦାନ୍ତ କୁମାର ମିଶ୍ର, ଧନଞ୍ଜୟ ଦୀପ, ଈପସିତା ଦାଶ, ସଂଗୀତା ବେହେରା, ବ୍ରଜ ନାୟକ, ଈଶ୍ୱର ବିଦ୍ୟାସାଗର ଚଂଦେଲ ଯଶୋବନ୍ତ ସେଠ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

sandip
Leave A Reply

Your email address will not be published.