jsm

ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଘଟଣା

csstore
  • ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଇତ୍ୟାଦିକୁ ନେଇ ଗତ ୧୧ ଜୁନ ୨୦୧୮ ମସିହାରେ କେତେକ ତଥ୍ୟ ମାଗିଥିଲେ । କିନ୍ତୁ ତତ୍କାଳୀନ ଜନ ସୂଚନା ଅଧିକାରୀ ବିଭିନ୍ନ ଆଳ ଦେଖାଇ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିନଥିଲେ । ସୂଚନା କର୍ମୀ ଶ୍ରୀ ପଣ୍ଡା ଏହାକୁ ନେଇ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଶ୍ରୀ ପଣ୍ଡାଙ୍କ ଆବଦେନକୁ ସୂଚନା କମିଶନ ବିଚାର କରି ଗତ ୧୯ ଅପ୍ରେଲ ଦିନ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶରେ ଶ୍ରୀ ଜଗନ୍ନାଥ ମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀ ଏସ. କେ. ଚାଟର୍ଜିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଚାଟର୍ଜି ପ୍ରାଥମିକ ଭାବେ ସୂଚନା ଅଧିକାର ଆଇନର ଉଲଂଘନ କରିଥିବା କଥା ସୂଚନା କମିଶନ ଏସ. କେ. ସ୍ୱାଇଁ ତାଙ୍କ ଆଦେଶରେ ପ୍ରକାଶ କରିବା ସଙ୍ଗେ ତତ୍କାଳୀନ ଜନ ସୂଚନା ଅଧିକାରୀ ଚାଟର୍ଜିଙ୍କୁ ସୂଚନା ଅଧିକାର ଆଇନର ୨୦ ଧାରା ଅନୁଯାୟୀ କହିଁକି ଅର୍ଥ ଦଣ୍ଡରେ ଦଣ୍ଡିତ କରାନଯିବ ଏହାର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଜାରି କରିବା ସଙ୍ଗେ ଆଗାମୀ ମଇ ୨୩ ଦିନ ମାମଲାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡିଛି । ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡିତ ରହିଥିବା କାରଣରୁ ମନ୍ଦିର ପରିଚାଳନାରେ ଘଟୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ବିଶୃଙ୍କଳା ଓ ବିଭ୍ରାଟ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଜାଣିବା ପାଇଁ ସମସ୍ତେ ଉତ୍‌ସୁକ ଥିବା ବେଳେ ମନ୍ଦିର ପ୍ରଶାସନ ସୂଚନା ଅଧିକାର ଆଇନର ଆବେଦନଗୁଡିକୁ ବିଭିନ୍ନ ସମୟରେ ଅବହେଳା କରିବା ସନ୍ଦେହ ସୃଷ୍ଟି କରୁଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

yuvodaya
Leave A Reply

Your email address will not be published.