csstore

କଂଟାବାଂଜି ପିଡବ୍ଲୁଡି ଡାକ ବଙ୍ଗଳାରୁ ମୂଲ୍ୟବାନ ଶାଗୁଆନ ଗଛ କାଟିଲା କିଏ : ଅଫିସର ଓ ଜଗୁଆଳିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ସଂଦେହ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ପିଡବ୍ଲୁଡି ଡାକ ବଙ୍ଗଳା ବାଉଣ୍ଡ୍ରି ଭିତରେ ଥିବା ୫୦/୬୦ବର୍ଷ ପୁରୁଣା ଶାଗୁଆନ ଗଛକୁ କେହି କାଟି ବାଉଣ୍ଡ୍ରି ଭିତରେ ହିଁ ଲୁଚାଇ ରଖିଥିବା ଗତକାଲି ସଂଧ୍ୟାରେ ପଦାକୁ ଆସିଛି । ସ୍ଥାନୀୟ ସାଂବାଦିକ ସଂଘ ଖବର ପାଇ ଅନୁସଂଧାନ କରିବାକୁ ଯାଇଥିବା ବେଳେ ବିରାଟକାୟ ଶାଗୁଆନ ଗଛକୁ ୪ଟି ଭାଗରେ କାଟି ଲୁଚାଇ ରଖାଯାଇଥିଲା । ଏହି ବିଷୟକୁ ସ୍ଥାନୀୟ ପିଡବ୍ଲୁଡି ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ଅନୁସଂଧାନ କରାଯାଇ ନାହିଁ କିମ୍ବା କଟା ଯାଇଥିବା ଶାଗୁଆନ ଗଛକୁ ଜଂଗଲ ବିଭାଗକୁ ହସ୍ତାନ୍ତର କରାଯାଇ ନାହିଁ । ପ୍ରକାଶ ଥାଉକି, କଂଟାବାଂଜି ଡାକ ବଙ୍ଗଳାକୁ ଲାଗି ଅନତି ଦୂରରେ ଡିଭିଜନ, ସବ୍‌ ଡିଭିଜନ କାର୍ଯ୍ୟାଳୟ, ଡାକ ବଙ୍ଗଳା ବାଉଣ୍ଡ୍ରିକୁ ଲାଗି ଜେଏମଏଫସି ମାଜିଷ୍ଟ୍ରେଟଙ୍କ ବାସଗୃହ, ସବ୍‌ ଟ୍ରେଜେରୀ ଅଫିସ ସହ ଷ୍ଟ୍ରଙ୍ଗ ରୁମ, ସବ୍‌ ଟ୍ରେଜେରୀ ଅଫିସରଙ୍କ ବାସଗୃହ ଥିବା ସତ୍ୱେ କିପରି ବିରାଟକାୟ ଶାଗୁଆନ ଗଛ କଟାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଟା ଯାଇଥିବା ଶାଗୁଆନ ଗଛ ବିଷୟରେ ଜଣେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଛନ୍ତି । ଏହାର ଉଚିତ ତଦନ୍ତ କରିବା ନେଇ କଂଟାବାଂଜି ବୁଦ୍ଧିଜୀବୀ ମହଳରୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.