ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସଇଁନ୍ତଲା ବ୍ଲକ ଭାରତୀୟ ଜନତା ପାର୍ଟିର ବିକ୍ଷୋଭ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ୁଛି ବିଦ୍ୟୁତ ଦର । ଏହାରେ ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭାରତୀୟ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଛି । ବହୁ ଦିନରୁ ସଇଁନ୍ତଲା ଅଞ୍ଚଳରେ ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟୁତ ସେବା ଠିକ୍ ରୂପେ କାର୍ୟ୍ୟକାରୀ ହୋଇପାରୁ ନାହିଁ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠ ପଢ଼ାରେ ଅସୁବିଧାର ସମ୍‌ମ୍ମୁଖୀନ ହେଇଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହେଉଥିଲେ ସୁଦ୍ଧା କୈାଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏପଟେ ବିଦ୍ୟୁତର ଦରବୃଦ୍ଧି ବହୁ ପରିମାଣରେ ହେଉଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ମହାମାରୀର ଚିନ୍ତା ନେଇ ଲୋକେ ଚିନ୍ତିତ ଥିବାବେଳେ ବିଦ୍ୟୁତର ଦରବୃଦ୍ଧି ହେତୁ ଜନସାଧାରଣ ହତାଶ ହୋଇ ପଡିଛନ୍ତି । ତେଣୁ ସମସ୍ତଙ୍କ ସମସ୍ୟାକୁ ନଜର ରଖି ଆଜି ସଇଁନ୍ତଲା ବ୍ଳକ ଭାରତୀୟ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କନିଷ୍ଠ ଯନ୍ତ୍ରୀ ସଇଁନ୍ତଲା ବ୍ଳକ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଳିଖିତ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.