କଂଟାବାଂଜି କଳାକାର ସଂଘ ଦ୍ୱାରା ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଭତ୍ତା ଦାବୀ ନେଇ ଦେଲେ ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନଏସି ସହରାଂଚଳରେ ଥିବା ବିଭିନ୍ନ କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ ଓ କଳାକାରମାନଙ୍କୁ ଭତ୍ତାରୁ ବଂଚିତ କରାଯାଇଛି । ସହରରେ ଥିବା କଳାକାରମାନଙ୍କୁ ଚିହ୍ନଟ କରି କଳାକାର ଭତ୍ତା ଦାବୀ କରି କଳାକାର ସଂଘ ଦ୍ୱାରା ୫ ଦଫା ଦାବୀପତ୍ର ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ ଓ ଏନଏସି ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀଙ୍କୁ ଆଜି ଦାବୀପତ୍ର ଦିଆଯାଇଛି ।

କଂଟାବାଂଜି ଏନଏସି ଦ୍ୱାରା ସହରରେ ଥିବା ବିଭିନ୍ନ କଳାକାରଙ୍କୁ ନେଇ କଳାକାର ସଂଘ ଗଠନ କରିବା, କରୋନା ମହାମାରୀ ରୋଗ ଯୋଗୁଁ କଳାକାରମାନଙ୍କ ଜୀବନ ଜୀବିକାରେ ପରିବାର ଭରଣପୋଷଣ ଅସୁବିଧା ହୋଇଥିବାରୁ ସରକାରୀ ସାହାଯ୍ୟ ମିଳିବା, ସହରାଂଚଳରେ ଥିବା କଳାକାରମାନଙ୍କୁ ଚିହ୍ନଟ କରି ପଞ୍ଜିକରଣ କରିବା, ସରକାରୀ ଯୋଜନାରେ ଆସୁଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସାମିଲ କରିବା ଦାବୀ ନେଇ ଦାବୀପତ୍ର ଦିଆଯାଇଛି । ସଂଘର ସଭାପତି ଅମରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଅଶୋକ କୁମ୍ଭାର, ତୁଲେଶ୍ୱର ସୁନା, ସୁମିତ୍ରା ଛତ୍ରିଆ, ଗିରିଧାର ନାଏକ, ଶିବାଶିଷ ବାଗ ସାମିଲ ଥି୍‌ଲେ ।

jittmm
Leave A Reply

Your email address will not be published.