ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିଲା ଗାଁରେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିଲା ଗାଁରେ । ଏହିଭଳି ଘଟଣା ଘଟିଛି ବେଲପଡା ଥାନା ଧୂମାଭଟା ପଞ୍ଚାୟତ ଖଳଖଳି ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଦାଦନ ଶ୍ରମିକ ଜଗଦୀଶ ମାଝୀ (୪୦)ଙ୍କ ମୃତଦେହ ଗାଁକୁ ପହଞ୍ଚିଛି । ମୃତ ଦାଦନ ଶ୍ରମିକ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ମହେନ୍ଦ୍ର ସୁନାଙ୍କ ଠାୀୁ କିଛି ଅଗ୍ରମି ନେଇ ଜଗଦୀଶ ତାଙ୍କ ସହ ପରିବାର ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଇଟା ଭାଟି ମାଲିକଙ୍କ ନିର୍ୟାତନାର ଶିକାର, କଠିନ ପରିଶ୍ରମ ସହ ଚିକିତ୍ସା ଅଭାବରୁ ଜଗଦୀଶ ମାଝୀଙ୍କ ମୃତ୍ୟୁ ହୋଇଥିଲା ବୋଲି ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଗୀତା ମାଝୀ କହିଛନ୍ତି । ମୃତକ ଦାଦନଙ୍କ ତିନି ଝିଅ ଓ ଗୋଟିଏ ପୁଅ ପିଙ୍କି(୧୫), ରିଙ୍କି (୭), ଚୁମକୀ (୫), ପ୍ରିତମ (୩) ଓ ସ୍ତ୍ରୀ ଗୀତା ଅସହାୟ ହୋଇପଡିଛନ୍ତି । ମୃତ ଦାଦନ ଶ୍ରମିକ ଜଗଦୀଶ ପରିବାରରେ ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ କିପରି ଛୋଟ ଛୋଟ ପୁଅ ଝିଅଙ୍କୁ ପୋଷିବି ବୋଲି କୋହଭରା କଣ୍ଠରେ କହିଛନ୍ତି ଗୀତା ମାଝୀ । ଗରିବ ଆଦିବାସୀ ମୃତ ଦାଦନ ଶ୍ରମିକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର ମହେନ୍ଦ୍ର ସୁନା ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଦାଦନ ଶ୍ରମିକଙ୍କ ଗୋଟିଏ ପରେ ଗୋଟିଏ ଏଭଳି ୩ ଦାଦନଙ୍କ ମୃତଦେହ ଗାଁ ଫେରୁଛି । ଏଥିପ୍ରତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରମବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.