jsm

ନିଆଁ ଲାଗି ଜଳିଗଲା ୨ ଘର

csstore

କଳାହାଣ୍ଡି, (ପି.କେ. ସାହୁ) : କଲହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରର ସାଗରପାଲ୍‌ ଛକରେ ଗତକାଲି ସୋମବାର ଦିନ ୧.୩୦ ସମୟରେ ନିଆଁ ଲାଗି ଦୁଇ ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଛାରଖର ହୋଇଯାଇଛି । ସୂଚନା ଅନୁସାରେ ଅର୍ଜୁନ ଭୋଇ ଓ ବିବାହିତ ଦୁଇ ଝିଅ ସରସ୍ୱତୀ ଭୋଇ ଓ ବାସନ୍ତୀ ଭୋଇ ନିଜ ପାଖ ଜମିରେ ଧାନ କାଟୁଥିବା ସମୟରେ ହଠାତ ନିଜ ଘରୁ ଧୂଆଁ ବାହାରୁ ଥିବାର ଦେଖିଥିଲେ । ଦୌଡ଼ି ଆସି ଦେଖିଲା ବେଳକୁ ନିଆଁର ପ୍ରଖର ଏତେ ଥିଲା ଯେ ପାଖରେ ଥିବା ଘର ଏବଂ ଗଛକୁ ବ୍ୟାପୀ ସାରିଥିଲା । ଦେଖୁ ଦେଖୁ ଆଖି ସାମ୍ନାରେ ଜଳିଗଲା ନଗଦ ୭୦,୦୦୦ ଟଙ୍କା, ଧାନ ୪୦ କୁଇଣ୍ଟାଲ, ଚାଉଳ ୧୦ ପେକେଟ, ସୁନା, ରୁପା, ମୂଲ୍ୟବାନ ଆସବା ପତ୍ର, ମୋଟର, ଚାଷ ପାଇଁ ରଖିଥିବା ପିଆଜ ୫୦ କେଜି ଆଳୁ ୫୦କେଜି ଓ ଅନ୍ୟାନ୍ୟ ସାମଗ୍ରୀ ସହ ଦୁଇ ଗୋଟି ଘର ପୋଡି ଛାର ଖାର ହୋଇ ଯାଇଥିଲା । ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ ମ. ରାମପୁର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଓ ଆଇସି ମହେଶ୍ୱର ଲାକ୍ରାଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଆସି ଗଛରେ ଲାଗି ଥିବା ନିଆଁକୁ ଆୟତ କରିଥିଲେ । ପ୍ରଦିପ କୁମାର ସାହୁ ଏ ବିଷୟରେ ତହସିଲଦାର ଓ ଥାନାକୁ ଜଣାଇବା ପରେ ତହସିଲଦାର ସୁଶ୍ରୀ ସୂଚାରିତା ମୁର୍ଗୀ, ରାଜସ୍ବ ନିରୀକ୍ଷକ ନୀତିଶ ଦୋରା ଏବଂ ଥାନା ଅଧିକାରୀ ସଚିନ୍ଦ୍ର ପଧାନ, ହାବିଲଦାର ଜଗଦୀଶ ସାହୁ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ପହଞ୍ଚି ସାନ୍ତ୍ୱନା ଦେବା ସହ ତଦାରଖ କରି ଦୁଇ ପରିବାରକୁ ତହସିଲଦାର ଦୁଇ ଖଣ୍ଡ ତାରପୋଲିଂ ନିୟମ ଅନୁସାରେ ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ସରପଞ୍ଚ ଶ୍ରୀମତୀ ଦଣ୍ଡିଆ ଚାଉଳ ୧୦୦ କେଜି, ରାସନ ସାମଗ୍ରୀ, ସମସ୍ତଙ୍କ ପାଇଁ କପଡା ଅନ୍ୟାନ୍ୟ ସାମଗ୍ରୀ ସହ କଲ୍ୟାଣ ମଣ୍ଡପରେ ରହିବା ପାଇଁ ବ୍ୟବସ୍ଥା କରି ଉଭୟଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ ।

yuvodaya
Leave A Reply

Your email address will not be published.