ରାସ୍ତା ଓ କଲଭର୍ଟ କାମରେ ଦୁର୍ନୀତି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ଗୋର୍ଲା ପଞ୍ଚାୟତରେ ରାସ୍ତା ଓ କଲଭର୍ଟ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏମ୍‌ଏଲ୍‌ଏ ଗ୍ରାଣ୍ଟରୁ ଗୋର୍ଲା ପଞ୍ଚାୟତର ସିତାରାମ ଦଣ୍ତସେନାଙ୍କ ଘରଠାରୁ ତୁଳସୀପଡା ରାସ୍ତା ଉନ୍ନତିକରଣ ସହ କଳଭର୍ଟ ନିର୍ମାଣ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଗତ ୨୦୨୧ ନଭେମ୍ବର ଓ ଡିସେମ୍ବର ମାସରେ କଳଭର୍ଟ ନିର୍ମାଣ ହୋଇ ବିଲ ହୋଇଥିବା ବେଳେ ଆଉ କୌଣସି ପ୍ରକାର ରାସ୍ତା ଉନ୍ନତିକରଣ କାର୍ୟ୍ୟ କରାଯାଇନାହିଁ । ସାଧାରଣରେ ଅଭିଯୋଗ ହେଉଛି ଯେ, ଆବଶ୍ୟକ କାମ ନ କରି ଠିକାଦାର ଓ ଯନ୍ତ୍ରୀ ମିଶି ସମସ୍ତ ଟଙ୍କା ବିଲ କରି ମାଲାମାଲ ହୋଇଛନ୍ତି । ଗତ ଡିସେମ୍ବର ମାସରେ କଲଭର୍ଟ ତିଆରି ହୋଇ ବିଲ ହୋଇଥିଲେ ମଧ୍ୟ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ପାଉଣା ଦେଇ ନ ଥିବାର ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି ଶ୍ରମିକମାନଙ୍କୁ ପାଉଣା ଦିଆଯାଇଥିଲା ହେଲେ କିଛି ଶ୍ରମିକ ମାନଙ୍କୁ ବର୍ତମାନ ସୁଦ୍ଧା ପାଉଣା ଦିଆଯାଇ ନାହିଁ ବୋଲି ଅଭିଯୋଗ ହେଉଛି ।

Leave A Reply

Your email address will not be published.