csstore

ପାଟଣାଗଡ଼ ସହରର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

  • ବିଭାଗୀୟ ଅଧିକାରୀ ତାଗିଦ୍ କଲେ ବିଧାୟକ ଶ୍ରୀ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଆଜି ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ସମସ୍ୟାର ସମାଧାନ ପାଇଁ ପରିଦର୍ଶନ କରିବା ସହ ପରିକ୍ଷଣ ନିରୀକ୍ଷଣ କରି ଆଶୁ ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ମେହେର ପ୍ରଥମେ ବ୍ରହ୍ମପୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଯାଇ ରୋଗୀମାନଙ୍କ ସ୍ଵାସ୍ଥ୍ୟସେବା କିପରି ଚାଳିଛି ୱାର୍ଡକୁ ୱାର୍ଡ ବୁଲି ଦେଖିଥିଲେ । ଡାକ୍ତରଖାନାର ସମସ୍ୟା ଉପରେ ଏସ୍‌ସିଏମ୍‌ଙ୍କ ସହ ଆଲୋଚନା କରିଥିଲେ । ପାଟଣାଗଡ ଇଲେକ୍ଟ୍ରିକ ଅଫିସରେ ପହଁଚି ଏ ଅଂଚଳର ଇଲେକ୍ଟ୍ରିକ ବିଭ୍ରାଟକୁ ନେଇ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ ଏବଂ କିପରି ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ସେ ଉପରେ ବିଧାୟକ ଏସ୍‌ଡିଓଙ୍କୁ ତାଗିତ କରିଥିଲେ । ଏହା ସହ ସହରର ବିଭିନ୍ନ ସ୍ଥାନର ନୂତନ ଇଲେକ୍ଟ୍ରିକ ସଂଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଲୋକଙ୍କ କିପରି ସୁବିଧା ହେବ ସେ ଉପରେ କାର୍ଯ୍ୟ କରିବାକୁ କହିଥିଲେ । ପରେ ପାଟଣାଗଡ଼ ବଥର୍ଲା ଛକଠାରେ ଏକ ବୌଦ୍ଧ ମୂର୍ତ୍ତି ସ୍ଥାପନ କରିବା ଓ ଏଥିରେ ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, କାଉନସିଲର ସୁଜିତ ମେହେର ସହ ସୁକୁମାର ବାରିକ, ପରେଶ ସାହୁ, ପ୍ରଦୀପ ମେହେର, ପ୍ରମୋଦ ମେହେର ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.