csstore

ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷି ଉପରେ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷିକୁ ନେଇ ତ୍ରିରଙ୍ଗା କୃଷକ ସଙ୍ଗଠନ ଦ୍ବାରା ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା କୃଷକ ସଙ୍ଗଠନ ସଂପାଦକ ନନ୍ଦଲାଲ ପଟେଲଙ୍କ ଆହ୍ବାନ ଓ ସଭାପତି ହରେକୃଷ୍ଣ ପୋଡଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଗ୍ରାମର ଚାଷୀ ସମୂହଙ୍କୁ ନେଇ ବର୍ତ୍ତମାନ ସମୟରେ ଜୈବିକ କୃଷିର ଆବଶ୍ୟକତା ଉପରେ ଆଲୋଚନା କରାଯିବା ସହ ଜୈବିକ ଖତ କିଭଳି ପ୍ରସ୍ତୁତ କରାଯାଏ ତାର ଏକ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୈବିକ କୃଷି ଉପରେ ଗୁରୁତ୍ୱ ଦେବା ସହ ଜିରୋ ବଜେଟ କୃଷି ଉପରେ ଯୋଜନା ପ୍ରସ୍ତୁତ କରୁଥିବା କହିଥିଲେ । ବହୁଳ ପରିମାଣରେ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟି ବଂଜର ହେବା ସହ ଉତ୍ପାଦିକ କୃଷିଜାତ ସାମଗ୍ରୀ ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଉଥିବା ପୁରୋହିତ ମତ ଦେଇଥିଲେ । ଏହି
କର୍ମଶାଳାରେ ଗୋବର ଖତ, ଦହି, ଗୋମୁତ୍ର, ଆକେଳଫଳ, ବିନୁଆଁମାଟି, ଗୁଡ, ପାଣି ଆଦିକୁ ମିଶାଇ କିଭଲି ଜୈବିକ ଖତ ପ୍ରସ୍ତୁତ କରାଯାଇଥାଏ ତାର ପ୍ରଦର୍ଶନୀ ମଧ୍ୟ ତ୍ରିରଙ୍ଗା ସଙ୍ଗଠନ କର୍ମକର୍ତ୍ତା ମାନେ କରିଥିଲେ । ଜୈବିକ ଚାଷୀ ଶ୍ରୀମତୀ ସାବିତ୍ରୀ ବୁଡେକ ଓ ହରେକୃଷ୍ଣ ପୋଡ ନିଜେ କିଭଳି ଜୈବିକ ଚାଷ କରୁଛନ୍ତି ଓ କିଭଳି ଅଧିକ ଉତ୍ପାଦନ ହେଉଛି ସେ ବିଷୟରେ ମତାମତ ଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ଗ୍ରାମର ଚାଷୀ ସର୍ବଶ୍ରୀ ପ୍ରେମଲାଲ ପଟେଲ, ପ୍ରଦୀପ କୁମାର ପଟେଲ, ହରେକୃଷ୍ଣ ପୋଡ, ଦିଲ୍ଲୀପ ମେହେର, ସହଦେବ ବାଉଁଶ, ଚକ୍ର ବୁଡେକ, ମନୋହର ପଟେଲ, ଦେବରାଜ ଭୋଇ, ହୀରାଲାଲ ମହାନନ୍ଦ, ଭାନୁଚନ୍ଦ୍ର ପଟେଲ, ଆନନ୍ଦ ପଟେଲ, ରାଜେନ୍ଦ୍ର ବୁଡେକ, ନିଲାମ୍ବର ଡୁଡୁକା, ସୁବ୍ରନ ପୋଡ, ସାବିତ୍ରୀ ବୁଡେକ, ଜାନକୀ ଭୁଏ, ମୀନବତୀ ପଟେଲ, ଗଣେଶ ମହାନନ୍ଦ, ବିପିନ ଭୁଏ, ମୋତିଲାଲ ପଟେଲ, ଡୁଲାମଣି ବୁଡେକ, ପ୍ରେମାନନ୍ଦ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.