ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀର ପ୍ରଭାବରୁ ସାଧାରଣ ମଣିଷର ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡିଛି । ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ଫେରି ପାଇନାହାନ୍ତି । କୋଟି କୋଟି ଯୁବକ/ଯୁବତି ବେରୋଜଗାର ହୋଇ ବସି ରହିଛନ୍ତି । ପେଟ୍ରୋଲ, ଡିଜେଲ ତଥା ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ରନ୍ଧନଗ୍ୟାସ ଭଳି ଅତ୍ୟନ୍ତ ଜରୁରୀ ଇନ୍ଧନର ଦାମ ବଢାଇବା ଅତ୍ୟନ୍ତ ବେଦନାଦାୟକ । ଏହା ପାଣି ଭଳି ସ୍ପଷ୍ଟ ଯେ, ସରକାର ଉଜ୍ଜଳା ଯୋଜନା ନାଁରେ ସାଧାରଣ ଗରିବ ଲୋକଙ୍କୁ ଗ୍ୟାସରେ ରାନ୍ଧିବାର ସୁବିଧା ଦେଇ କେବଳ ଧୂଆଁବାଣ ମାରୁଛନ୍ତି । କିନ୍ତୁ ଗୋଟିଏ ପରିବାର ପ୍ରଥମ ଥର ରନ୍ଧନ ଗ୍ୟାସ ପାଇଲା ପରେ ପୁଣି ରନ୍ଧନ ଗ୍ୟାସ ଭରିପାରୁନାହାନ୍ତି । କାରଣ ରନ୍ଧନ ଗ୍ୟାସ ଏତେ ମାତ୍ରାରେ ବଢିଛି ଯେ ସାଧାରଣ ଲୋକ ଏଥିରୁ ବଂଚିତ ହେଉଛନ୍ତି । ତେଣୁ ଏସ୍‌ୟୁସିଆଇ ପାର୍ଟି ପକ୍ଷରୁ ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ଅତିଶୀଘ୍ର ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରାଯାଉ ବୋଲି ଦାବୀ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ରଣା, ମଧୁସୁଦନ ବାଗ, ତ୍ରିଲୋଚନ ସାହୁ, ସିଦ୍ଧାନ୍ତ ମହାକୁର, ପ୍ରମୋଦ ତାଣ୍ଡି ସହିତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 + thirteen =

error: Content is protected !!