ଟଙ୍କପାଣି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

  • ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ହିଁ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ : ମୁଖ୍ୟ ଅତିଥି ସରପଞ୍ଚ ସୁନାଫଲ ନାଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଟଙ୍କପାଣି ନୂତନ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଟଙ୍କପାଣି ନୂତନ ସରପଞ୍ଚ ସୁନାଫୁଲ ବାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ଟଙ୍କପାଣି ସାଧନ କେନ୍ଦ୍ରର ସଂଯୋଜକ ଦିନବନ୍ଧୁ ବାଗ, ଜାମଚୁଆଁ ସାଧନ କେନ୍ଦ୍ରର ସଂଯୋଜକ ସତ୍ୟବ୍ରତ ବେହେରା, ପ୍ରଧାନ ଶିକ୍ଷକ ମାଧବ ଶବର, ସନ୍ତୋଷ ମେହେର, ମିଠାଲାଲ ସୁନା, ଯୋଗିନ୍ଦ୍ର ବାଗ, ବୈବସୁତ ବାଗ, ମୋ ସ୍କୁଲ ଅଭିଯାନ ପୂର୍ବତନ ଛାତ୍ର ସଭାପତି ସୁଫଳ କରୁଆଁ, ସ୍କୁଲ ପରିଚାଳନା କମିଟି ସଭାପତି ପୁରନ୍ଧର ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ଇଶ୍ବର ପ୍ରସାଦ ମାଝି ମଞ୍ଚ ପରିଚାଳନା କରିଥିଲେ । ପରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନବ ନିର୍ବାଚିତ ସରପଞ୍ଚ ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ସମସ୍ୟା କିଭଲି ଦୂର ହେବ ତାହାକୁ ନେଇ ମଞ୍ଚରେ ମନ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ନାଚ ଓ ଅଭିନୟ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ ଜମିଥିଲା । ପ୍ରଧାନ ଶିକ୍ଷକ ମାଧବ ଶବର ଓ ଶତୃଘ୍ନ ଧରୁଆଁ ଏହି ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସହ ନାଚ ଗୀତ ଶିକ୍ଷା ଦାନ କରୁଥିବାରୁ ଲୋକେ ବହୁତ ପ୍ରଶଂସା କରିଥିଲେ । ଏହି ବିତରଣ ଉତ୍ସବରେ ଶିକ୍ଷକ ସତ୍ୟନାରାୟଣ ଭୋଇ, ଗଣେଷ ଦାଶ, ଡୋଲାମଣି ହଂସ, ପଞ୍ଚୁଦେବ କୁମ୍ଭାରଙ୍କ ସହ ବିଭିନ୍ନ ସ୍କୁଳର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ପ୍ରେମଲାଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen − eight =