csstore

ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାରଠାରୁ ଏନ୍‌ଏସି ମ୍ୟୁନିସିପାଲିଟି ଆରମ୍ଭ କରିଥିବା ଅଭିଯାନ ଶୁକ୍ରବାର ଦିନ ରମ୍ଭା ଏନ୍‌ଏସି ସମ୍ମିଳନୀ କକ୍ଷ ପରିସରରେ ନବାଗତା ଅଧ୍ୟକ୍ଷା ଓ କାଉନସିଲର୍‌ଙ୍କୁ ନେଇ ପ୍ରଶାସନିକ ଅଫିସରଙ୍କ ଉପସ୍ଥିତିରେ ପରିମଳ, ଅଞ୍ଚଳର ସ୍ୱଚ୍ଛତା ସମେତ ମୌଳିକ ସମସ୍ୟା ଉପରେ ସମୀକ୍ଷା ଓ ପରାମର୍ଶ ଦେଇଥିଲେ । ଏଥିସହିତ ପ୍ରତ୍ୟେକ ନିର୍ବାଚିତ କାଉନସିଲର ୱାର୍ଡର ଚେୟାରମ୍ୟାନ ଭାବି ବାଛ ବିଚାର ନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଆବର୍ଜନା ଅଳିଆ ଗାଡ଼ିରେ ଦେବା, ଘରର ପାଞ୍ଚ ମିଟର ଅଞ୍ଚଳ ସଫା ରଖିବା ସହ ଗୋବର ପାଣି ଛିଞ୍ଚିବା, ଏନ୍‌ଏସିର ନୀତି ନିୟମକୁ ବେଖାତିର କରୁଥିବା ବ୍ୟକ୍ତିଙ୍କୁ ଜୋରିମାନା ନିର୍ଦ୍ଧେଶ ଦେବା, ଚାରା ରୋପଣସହ ଗୃହ କର୍ତ୍ତା ରକ୍ଷଣା ବେକ୍ଷଣାଣା ଦାୟିତ୍ୱ ନେବା ଓ ପୋଖରୀର ପୂର୍ଣ୍ଣରୁଦ୍ଧାର ସହ ସୌନ୍ଦର୍ଯ୍ୟିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ତତ୍‌ ସହିତ ଅଧ୍ୟକ୍ଷା ମାନସୀ ସ୍ୱାଇଁ ଓ କାଉନସିଲର ବୃନ୍ଦ ରମ୍ଭା ସହରର ମେଡିକାଲର ଉନ୍ନତି କରଣ ଓ ଏନ୍‌ଏସିର ଅଭାବ ଅସୁବିଧା ନେଇ ଦୃଷ୍ଟି ଗୋଚର କରିଥିଲେ । ଅଭିଯୋଗକୁ ଆଧାର କରି ପଦକ୍ଷେପ ନେବାକୁ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତିର୍ମୟ ଦାଶ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପାଧ୍ୟକ୍ଷ କାଳିଆ ତରାଇ, ପିଡି ସଚ୍ଚିଦାନନ୍ଦ ନାୟକ, ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ସମସ୍ତ କାଉନସିଲରଙ୍କ ସହିତ ସମସ୍ତ ପୌର ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.