jayashree

ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଚାଲିଗଲା ଜୀବନ

ବଲାଙ୍ଗିର , (କେପିଏନ୍‌ଏସ୍‌) : ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଚାଲିଗଲା ରୋଗୀଙ୍କ ଜୀବନ । ଏହିପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜରେ । ସୂଚନା ଅନୁସାରେ ଲୋଇସିଂହା ଥାନା ଅନ୍ତର୍ଗତ ଯୁଗିସର୍ଡା ଗ୍ରାମର ଚିତ୍ତରଞ୍ଜନ ମିଶ୍ର ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ଆଣିଥିଲେ । ବର୍ହିବିଭାଗ ଚିକିତ୍ସା ହେବା ପାଇଁ ଟିକଟ କାଉଣ୍ଟରରେ ଟିକଟ କାଟି ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଧାଡିରେ ଛିଡା ହୋଇଥିଲେ । ହଠାତ୍‌ ସେହିଠାରେ ସେ ଟଳି ପଡିଥିଲେ । ସଂଗେ ସଂଗେ ତାଙ୍କୁ କାଜୁଆଲିଟିକୁ ନେଇ ଚିକିତ୍ସା କରାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.