ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦମ୍ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ପି.କେ.ସାହୁ) : କଲାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବାବାଜୀ ଚରଣ ରାଉତ ଓ ଶିକ୍ଷୟତ୍ରୀ ମନୋରମା ସାମଲ ଉଭୟ ଶିକ୍ଷକ ଦମ୍ପତିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ସ୍କୁଲ ପରିଚାଳନା କମିଟିର ସଭାପତି ଚୈତନ୍ୟ ଷାଣ୍ଢ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହ ଶିକ୍ଷା ଅଧିକାରୀ ବେଣୁଧର କୁମାର, ମୁଖ୍ୟ ବକ୍ତା ଭାବେ ସହକାରୀ ପ୍ରଧାନଶିକ୍ଷକ ପଞ୍ଚସଖା ସ୍ମାଟସ୍କୁଲ, ଅଲାତରାର ଅଶୋକ ବିଶ୍ୱାଳ, ସଂମାନ୍ନୀତ ଅତିଥି ଭାବେ ସରପଞ୍ଚ ସସ୍ମିତା ନାଗ, ଶିକ୍ଷାବିତ ଘନଶ୍ୟାମ ବଗର୍ତ୍ତୀ, ଖଗେଶ୍ୱର ରଣା, ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଚୂଡ଼ାମଣି ରଣା ଯୋଗଦେଇଥିଲେ । ଅତିଥି ମାନଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ସହ ମଞ୍ଚ ପରିଚାଳନା କରିଥିଲେ ସମଜସେବୀ ତଥା ସାମ୍ବାଦିକ ପ୍ରଦିପ କୁମାର ସାହୁ । ଏହି ଅବସରରେ ବିଦାୟୀ ଶିକ୍ଷକ ଦମ୍ପତିଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଛାତ୍ରନୁରାଗୀ ଜୀବନର ବୈଶିଷ୍ଟତା ସମ୍ପକରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଉଭୟ ଶିକ୍ଷକ ଦମ୍ପତି ଆଦର୍ଶ ଶିକ୍ଷକ/ଶିକ୍ଷୟିତ୍ରୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟକରି ଏକା ଥରକେ ଅବସର ନେଇ ଥିବାର ସୌଭାଗ୍ୟଲାଭ କରିଛନ୍ତି ସମ୍ବର୍ଦ୍ଧନା ସଭାରେ ସ୍କୁଲର ପ୍ରଧାନ ଶିକ୍ଷକ ଚୂଡ଼ାମଣୀ ରଣା ଓ ଶିକ୍ଷକ ସୁରେଶ ସାହୁ ଉଭୟଙ୍କ ବିଷୟରେ ବିବରଣୀ ପଠନ କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପହାର ଓ ଉପଢୌକନ ପ୍ରଦାନ କରିଥିଲେ । ଗଙ୍ଗାଧର ରଣାଙ୍କ ନେତୃତ୍ୱରେ ଛାତ୍ରୀ ସ୍ଵାତିସ୍ନା, ଚୁନି ରଣା ଓ ଧରିତ୍ରୀ ବିଶି ପ୍ରାରମ୍ଭିକ ସଂଗୀତ ଓ ବିଦାୟ ସଂଗୀତ ଗାନ କରିଥିବା ବେଳେ ସହ ଶିକ୍ଷକ ସୁବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟି, ସମସ୍ତ ଶିକ୍ଷକ, ଶିକ୍ଷ୍ୟୟିତ୍ରୀ, ଛାତ୍ର ଛାତ୍ରୀ ଓ ଗ୍ରାମର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 5 =

error: Content is protected !!